ରାଉରକେଲା କଲେଜରେ ଲାଇବ୍ରେରୀ ମୁକ୍ତ ବିତରଣ ବ୍ୟବସ୍ଥା ସହ ନୂତନ ଗୃହ ଉଦ୍‌ଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜରେ କମ୍ପ୍ୟୁଟର ଯୁକ୍ତ ମୁକ୍ତ ବିତରଣ ବ୍ୟବସ୍ଥା ଲାଇବ୍ରେରୀର ନୂତନ ଗୃହ ଉଦ୍‌ଘାଟିତ ହୋଇଯାଇଛି । ଲାଇବ୍ରେରୀ ଇନ୍‌ଚାର୍ଯ ପ୍ରଫେସର ତପସ୍ୱିନୀ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ପ୍ରଫେସର ଡ. ରବିନ୍ଦ୍ର କୁମାର ଜେନାଙ୍କ କରକମଳରେ ଏହି ନୂତନ ଗୃହ ଉଦ୍‌ଘାଟିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ଏହି ଲାଇବ୍ରେରୀରେ ୨୭୭୧୧ ପୁସ୍ତକ ରହିଛି । କଳା, ବାଣିଜ୍ୟ, ବିଜ୍ଞାନ ସମେତ ଗଳ୍ପ, ସାହିତ୍ୟ, ବିଭିନ୍ନ ପ୍ରକାରର ପୁସ୍ତକକୁ କମ୍ପ୍ୟୁଟର ମାଧ୍ୟମରେ ଖୋଜିବାର ସୁବିଧା ସମସ୍ତଙ୍କ ପାଇଁ ଉପଲବ୍ଧ । ଏନେଇ ଅଧ୍ୟକ୍ଷ ଡ. ଜେନା କହିଲେ ଯେ, ଏଭଳି ଲାଇବ୍ରେରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉପାଦେୟ ହୋଇପାରିବ । କମ୍ପ୍ୟୁଟର ମାଧ୍ୟମରେ କେଉଁ ବହି କେଉଁ ସ୍ଥାନରେ ଅଛି, ତାହା ସହଜରେ ଜାଣିହେବ । ସେହିପରି ଏହି ଗ୍ରନ୍ଥାଗାର ଛାତ୍ରଛାତ୍ରୀଙ୍କ ବୌଦ୍ଧିକତା ଜ୍ଞାନ ବୃଦ୍ଧିରେ ସହାୟକ ହୋଇପାରିବ ବୋଲି ସେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା ରଶ୍ମିପ୍ରଭା ମଥାନ, ରଞ୍ଜିତ ପ୍ରଧାନ, ରଶ୍ମିରଞ୍ଜନ ରାଉତ, ଲାଇବ୍ରେରିଆନ୍‌ ରାମଦାସ ଟୁଡୁ, ଗଗନ ବିହାରୀ ବେହେରା, ଅର୍ପିତା ବେହୁରିଆ, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଭାରତୀ ବରୁଆ, ବନ୍ଦନା ସୋରେନ୍, ମନୋଜ ଦଳେଇ, ଅନୁପ ଏକ୍କା, ତରଣୀ ନାୟକ, ବୈଜୟନ୍ତୀ ବାରିକଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.