ଅଧିନିୟମ ୩୭୭ ଅନୁଯାୟୀ ଓଡ଼ିଶା ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଦାବୀକଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ଓଡ଼ିଶାରେ ବିଜୁ ଜନତାର ସରକାର ସମୟରେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ଖଣି ଦୁର୍ନୀତି ଉପରେ ସାହା କମିଶନ ସମୀକ୍ଷା କରି ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ । ତତ୍କାଳୀନ ବିଜୁ ଜନତାଦଳର ସରକାର ରାଜ୍ୟ ଭିଜିଲାନ୍ସ ବିଭାଗ ଖଣି ଦୁର୍ନୀତିର ତଦନ୍ତ କରି ଖଣି ଦୁର୍ନୀତିରେ ଲିପ୍ତ ଥିବା ବଡ ବଡ କଂପାନୀ ସରକାରୀ ଅଧିକାରୀ ମାନଙ୍କୁ ସୁରକ୍ଷା ଦେଇଥିଲା । ଆଜି ଏ ପ୍ରସଙ୍ଗ ଲୋକ ସଭାରେ ଅଧିନିୟମ ୩୭୭ ଅନୁସାରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଉଦ୍‌ଥାପନ କରି ସିବିଆଇ ତଦନ୍ତ କରିଛନ୍ତି । ଶ୍ରୀ ପୁରୋହିତ ଉଲ୍ଲେଖ କରିଥିଲେ ଯେ, ଜଙ୍ଗଲ ବିଭାଗର ଅନୁମତି ନଥିବା ସତ୍ତ୍ୱେ ଅନେକ ଜଙ୍ଗଲ ଜମିରେ ଲୁହା ପଥର ଖନନ କରି ରାଜ୍ୟ ରାଜକୋଷରୁ ୧ ଲକ୍ଷ କୋଟି ଟଙ୍କା ସଂପତ୍ତି ଲୁଟ୍‌ କରାଯାଇଛି । ଏଭଲି ଓଡ଼ିଶାର ଏକ ବଡ ଖଣି ଦୁର୍ନୀତିର ସିବିଆଇ ଦ୍ୱାରା ତଦନ୍ତ କରାଇବା ପାଇଁ କେନ୍ଦ୍ର ଖଣିମନ୍ତ୍ରୀଙ୍କ ଠାରେ ସାଂସଦ ପ୍ରଦୀପ ପୁରୋହିତ ଦାବୀ କରିଛନ୍ତି ।

Leave A Reply

Your email address will not be published.