oom

ମୁଢିମିଲ୍‌ ପାଖରୁ ବାଇକ୍‌ ଚୋରୀ : ବାଇକ୍‌ ଉଦ୍ଧାର, ଜଣେ ଗିରଫ

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ଜଣେ ବାଇକ୍‌ ଆରୋହୀ ଜଣକ ମୁଢି କିଣୁଥିବା ସମୟରେ ଦୁର୍ବୁତ୍ତ ବାଇକ୍‌ ଚୋରୀ କରିଥିବା ଘଟଣାରେ ସଇଁତଲା ଥାନାରେ ଲିଖିତ ଏତଲା ଦିଆଯାଇଥିଲା । ଉକ୍ତ ଘଟଣାକୁ ଭିର୍ତ୍ତି କରି ଥାନା କେସ ନଂ ୩୨୫/୨୪ କ୍ରମେ ଭାରତୀୟ ଦଣ୍ଡବିଧି ଆଇନ ୩୦୩(୨) ଅନୁସାରେ ମାମଲା ରୁଜୁ ହୋଇଛି । ଏଥିରେ ଚୋରୀ ବାଇକ୍‌ ଉଦ୍ଧାର କରିବା ପରେ ଜଣେ ଅଭିଯୁକ୍ତଙ୍କୁ ସଇଁତଲା କୋର୍ଟକୁ ଚାଲାଣ କରାଯାଇଥିଲା କିନ୍ତୁ ଜାମିନ ନାମଞ୍ଜୁର ହେବା ପରେ ଟିଟିଲାଗଡ଼ ଜେଲ୍‌ ହାଜତକୁ ପଠାଯାଇଛି । ଗିରଫ ଅଭିଯୁକ୍ତ ସୁଶୀଲ ରଣା ଓରଫ ଜିତୁ (୨୧) ଶିଶକେଲା ପଞ୍ଚାୟତ ସିଂବାହାଲି ଗାଁର ବୋଲି ଜଣାପଡିଛି । ପ୍ରକାଶ ଯେ, ତେଣ୍ଡିପାଲି ଗାଁର ମନୋଜ ସାହୁ ନିଜ ବାଇକ୍‌ ନଂ ଓଡି୦୩ଏ ୯୧୭୧ ଯୋଗେ ଭଦ୍ରା ପଞ୍ଚାୟତ ସ୍ଥିତ ନୁଆଁଭଦ୍ରା ପାଖରେ ବାଇକ୍‌ ଠିଆକରି ମିଲ୍‌ରୁ ମୁଢି କିଣୁଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୁତ୍ତ ଜଣକ ବାଇକ୍‌କୁ ଚୋରୀ କରି ସିଧା ସଇଁତଲା ନବୀନ ଛକକୁ ପହଂଚିଥିଲେ । ସେଠାରେ ବିକ୍ରି କରିବା ପାଇଁ ଗ୍ରାହକ ଖୋଜୁଥିବା ଖବର ପାଇଁ ପୋଲିସ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିବା ସହିତ ଚୋରୀ ବାଇକ୍‌କୁ ମଧ୍ୟ ଉଦ୍ଧାର କରିଛି । ଏହାପରେ ପୋଲିସ ଅଭିଯୁକ୍ତ ସୁଶୀଲଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରି କୋର୍ଟ ଚାଲାଣ କରିଥିଲା । ଉକ୍ତ ମାମଲାକୁ ସଇଁତଲା ଆଇଆଇସି ସୁଶାନ୍ତ କୁମାର ପ୍ରଧାନ ଘଟଣାର ଅଧିକ ତଦନ୍ତ ଜାରୀ ରଖିଥିବା ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.