csstore

ସତଲମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ବରପାଲି ବ୍ଲକ ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସତଲମାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ମୋହନଚାନ୍ଦ ପଧାନ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ ବିବେକାନନ୍ଦ ପଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଭାପତି ବନବସ ସାହୁ ପରିଚାଳନା କରିଥିବା ବେଳେ ଗୁରୁମା ଅରୁଣା ପୋଢ଼ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଦୁଷ୍ମନ୍ତ ସାହୁ, ସହସମ୍ପାଦକ କ୍ଷୀରଜ ସାହୁ, କୋଷାଧ୍ୟକ୍ଷ ପିଣ୍ଟୁ ବାରିକ ଗୁରୁଜୀ ସୁରେନ୍ଦ୍ର ମହାକୁର, ଅନିଲ ସ୍ୱାଇଁ, ରାଜେଶ ଗୌନ୍ତିଆ, ଗୁରୁମା ନଳିନୀ ସାହୁ, ଚନ୍ଦ୍ରିକା ସାହୁ, ସୁନିତା ସାହୁ, ଧରିତ୍ରୀ ସାହୁ ଏବଂ ଦୀପା ସାହୁ ଯୋଗଦାନ କରିଥିଲେ । ବିଚାରକ ଭାବରେ ସୁବଳ ଭୋଇ, ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରି, ସୋନପୁର, ନରେନ୍ଦ୍ର କୁମାର ସାହୁ, ପୂର୍ବତନ ଶିକ୍ଷକ ଏବଂ ନବଘନ ତଣ୍ଡିଆ ଯୋଗଦାନ କରିଥିଲେ । ସର୍ବମୋଟ୍‌ ୩୯ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ।

jayashree
Leave A Reply

Your email address will not be published.