ଟ୍ରାନ୍ସଫରମର ପୋଡି ୧୨ ଦିନ ହେଲା ବୁର୍ଡା ଗାଁ ଅନ୍ଧାର : ପ୍ରଶାସନ ନୀରବ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଡେଙ୍ଗ ପଞ୍ଚାୟତର ବୁର୍ଡା ଗାଁ ଗତ ୧୦ ଦିନ ଗାଁ ଅନ୍ଧାର ହୋଇପଡିଛି । ଏନେଇ ଗ୍ରାମବାସୀ ସ୍ଥାନୀୟ ବିଦ୍ୟୁତ୍‌ ବିଭାଗଙ୍କୁ ଅବଗତ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନୀରବ ହୋଇପଡିଛି । ଯାହା ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି । ପ୍ରକାଶ ଯେ, ଏହି ଗାଁରେ ୩ ଗୋଟି ୱାର୍ଡ ରହିଥିବା ବେଳେ ପ୍ରାୟ ୨୦୦ରୁ ଅଧିକ ହିତାଧିକାରୀ ବିଦ୍ୟୁତ୍‌ ସଂଯୋଗ କରିଛନ୍ତି । କିନ୍ତୁ ଗାଁ ଟ୍ରାନ୍ସଫରମର ପୋଡି ଯିବା ଦ୍ୱାରା ଫଳରେ ଛାତ୍ରୀଛାତ୍ରମାନେ ପାଠ ପଡିବାରେ ଘୋର ବାଧା ସୃଷ୍ଟି ଦେଖାଦେଇଛି । ଏପରିକି ପାନୀୟ ଜଳ ଯୋଗାଣରେ ମଧ୍ୟ ବ୍ୟାହତ ଦେଖାଦେଇଛି । ଗାଁ ମହିଳା ପୁରୁଷମାନେ ପାଣି ବୁନ୍ଦାଏ ପାଇଁ ୨/୩ କିମି ଦୂର ଯିବାକୁ ପଡିଛି । ଏହା ସହିତ ରାତ୍ରି ସମୟରେ ବିଷାକ୍ତ ସାପ, ବିଛା ପ୍ରଭୁତି ବାହାରୁ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଥିବା ଦେଖାଦେଇଛି । ଏ ସମସ୍ୟା ନେଇ ଗ୍ରାମବାସୀ ବିଦ୍ୟୁତ୍‌ ବିଭାଗଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ଦେଖାଦେଇଛି । ଯଦି ଏ ଦିଗରେ ପ୍ରଶାସନ କୌଣସି ପ୍ରକାଶ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଲୋକେ ବାଧ୍ୟ ହୋଇ ବିଦ୍ୟୁତ୍‌ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.