ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ସମ୍ପ୍ରଦାୟ ଯୋଗଦାନ ଦିବସ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ଶିକ୍ଷା ସପ୍ତାହର ସପ୍ତମ ତଥା ଅନ୍ତିମ ଦିବସକୁ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଜୁଲାଇ ୨୯ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ବିଦ୍ୟାଳୟ ପରିସରରେ ସମ୍ପ୍ରଦାୟ ଯୋଗଦାନ ଦିବସ ରୂପେ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମେନ୍‌ ପ୍ରିୟବ୍ରତ ଛତ୍ରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ସଭା ସଞ୍ଚାଳନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରାଧାରମଣ କେଡିଆ ଯୋଗଦେଇ ସରକାରଙ୍କ ବିଦ୍ୟାଞ୍ଜଳି ଏବଂ ତିଥି ଭୋଜନ କାର୍ଯ୍ୟକ୍ରମକୁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ମତପୋଷଣ କରିଥିଲେ । ନିଜେ ଆସନ୍ତା ସେପ୍ଟେମ୍ବର ୫ ତାରିଖ ପବିତ୍ର ‘ଗୁରୁ ଦିବସ’ ଉପଲକ୍ଷେ ତିଥି ଭୋଜନ ଦେବାପାଇଁ ଘୋଷଣା କରିଥିଲେ । ଚେୟାରମେନ ଛତ୍ରିଆ ଶ୍ରମଦାନ ଦେଇ ଶିଶୁମାନଙ୍କୁ ସଙ୍ଗୀତ ଶିକ୍ଷା ଦେବାକୁ ଅଙ୍ଗୀକାର କରିଥିଲେ । ଉକ୍ତ ସଭାରେ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟ, ସଦସ୍ୟା ଯୋଗ ଦେଇଥିଲେ । ସହକାରୀ ଶିକ୍ଷୟିତ୍ରୀ ରଞ୍ଜିତା ନାଗ ଓ ବିନ୍ଦୁ ମହାଣା ସହଯୋଗ କରିଥିଲେ । ଶେଷରେ ପ୍ରଶାନ୍ତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.