ରାସ୍ତା କଡ଼ରେ ପଡ଼ିଛି ମୃତଦେହ : ହତ୍ୟା ସନ୍ଦେହ

ଭୁବନେଶ୍ୱର : ରାସ୍ତା କଡ଼ରେ ପଡ଼ିଛି ମୃତଦେହ । ଭୁବନେଶ୍ୱର ଲୁମ୍ବିନୀ ବିହାର ଏବଂ ମୈତ୍ରୀ ବିହାରକୁ ସଂଯୋଗ କରୁଥିବା ୨ ଶହ ଫୁଟିଅ ଟିଆ ରାସ୍ତା କଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ସୂଚନାନୁଯାୟୀ, ଲୁମ୍ବିନୀ ବିହାର ଏବଂମୈତ୍ରୀ ବିହାରକୁ ସଂଯୋଗ କରୁଥିବା ୨ ଶହ ଫୁଟିଆ ରାସ୍ତା କଡ଼ରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ଖବର ପାଇ ମୈତ୍ରୀ ବିହାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପାରିପାର୍ଶିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.