csstore

ଭୁକ୍ତା ଜନତା ହାଇସ୍କୁଲରେ ଶିକ୍ଷା ସପ୍ତାହ ଉଦ୍‌ଯାପିତ

ବରଗଡ଼, (କେପିଏନ୍‌ଏସ୍‌) : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ଶିକ୍ଷା ସପ୍ତାହ ଉଦ୍‌ଯାପିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଇକୋ କ୍ଲବ ଶିକ୍ଷକ ସଞ୍ଜୟ ଖମାରୀ ଏବଂ ଶିକ୍ଷୟିତ୍ରୀ ଶ୍ରୀମତି ସୌଦାମିନୀ ବାରିକଙ୍କ ନେତୃତ୍ୱରେ ସପ୍ତାହବ୍ୟାପୀ ବିଭିନ୍ନ ଦିବସ ଯଥା ଶିକ୍ଷଣ ସାମଗ୍ରୀ ଦିବସ, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦିବସ, କ୍ରୀଡ଼ା ଦିବସ, ସାଂସ୍କୃତିକ ଦିବସ, ଦକ୍ଷତା ଓ ଡିଜିଟାଲ ପ୍ରୋତ୍ସାହନ ଦିବସ, ଇକୋ କ୍ଲବ ମିଶନ ଲାଇଫ୍ ଦିବସ ଓ ବିଦ୍ୟାଳୟ ପୋଷଣ ଦିବସ ଏବଂ ସଂପ୍ରଦାୟ ଯୋଗଦାନ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶିକ୍ଷକ ଆଶୁତୋଷ ଭୋଇ, ତେଜରାମ ସା, ବୋଧରାମ ବିଶ୍ୱାଳ, ଈଶ୍ୱର ପଧାନ, ଜ୍ୟୋତିଶ୍ଚନ୍ଦ୍ର ପଧାନ, ସୁବାସ ଚନ୍ଦ୍ର ଖମାରୀ, ଅଙ୍କିତ ମହନ୍ତ, ପଦ୍ମଲୋଚନ ବିଶି, ଅଶୋକ ଦାସ, ରଂଜିତ ସାହୁ, ଆଲୋକ ଭୋଇ, ଦେବାଶିଷ ଭୁଏ, ଶିକ୍ଷୟିତ୍ରୀ ରାଜକୁମାରୀ ଭୁଏ, ଅନୀତା ପଧାନ, ସଙ୍ଗୀତା ସାହୁ, ତାରାବତୀ ସାହୁ, ରଞ୍ଜୁ ବଣିଆ ସକ୍ରିୟ ସହଯୋଗ କରିବା ସହିତ ଶିକ୍ଷାର୍ଥୀମାନଙ୍କୁ ସକ୍ରିୟ ଅଂଶ ଗ୍ରହଣ କରିବା ପାଇଁ ଉତ୍ସାହିତ କରିଥିଲେ । ବିଦ୍ୟାଳୟରେ ଶିକ୍ଷଣୀୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିକ୍ଷା ସପ୍ତାହର ସମସ୍ତ କାର୍ଯ୍ୟକ୍ରମରେ ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ, ଶକ୍ତି କ୍ଲବ, ନେତାଜୀ ସ୍କାଉଟ୍ ଓ ଜୁନିଅର ରେଡ୍‌କ୍ରସ୍‌ର ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.