ନାବାଳକଙ୍କ ସମେତ ୪ ଗିରଫ : ମହିଳାଙ୍କୁ ଗଣଦୁଷ୍କର୍ମ

ବାରିପଦା : ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଜଣେ ନାବାଳକଙ୍କ ସମେତ ୪ଜଣ ଅଭିଯୁକ୍ତ ପୀଡିତା ମହିଳାଙ୍କୁ ବାରିପଦା ଟାଉନ୍‌ ଥାନା ଅନ୍ତର୍ଗତ ଜଗତସିଂହପୁର ସ୍ଥିତ ଆରଏମ୍ସି ମାର୍କେଟ୍‌ ପଡିଆକୁ ଆଣି ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ଅଭିଯୋଗ ଆଧାରରେ ଆଜି ଟାଉନ୍‌ ଥାନା ପୁଲିସ୍‌ କାଳିକାପୁର ଅଞ୍ଚଳର ରାଜୁ ସିଂ(୩୦), ୱାର୍ଡ ନଂ-୨୭ ତକତପୁର ଅଞ୍ଚଳର କାହ୍ନା ନାଏକ(୨୪) ଏବଂ ମୁନା ହାଁସଦା(୧୯)ଙ୍କୁ ଗିରଫ କରିଛି । ଏମାନଙ୍କ ବ୍ୟତୀତ ଏହି ଦୁଷ୍କର୍ମ ଘଟଣାରେ ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ମଧ୍ୟ ପୁଲିସ୍‌ ଅଟକ ରଖିଛି । ଘଟଣା ଅନୁସାରେ ଅଭିଯୁକ୍ତମାନେ ପୀଡିତା ମହିଳାଙ୍କୁ ଜୋରଜବରଦସ୍ତ କରି ଓଆର୍‌-୧୧-ଏଚ୍‌-୬୨୦୬ ନମ୍ବର ବିଶିଷ୍ଟ ଟାଟା ଏସ୍‌ ଗାଡିରେ ଆଣି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୁଲିସ୍‌ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ଏଥିରେ ବ୍ୟବହୃତ ହୋଇଥିବା ଗାଡିକୁ ଜବତ କରିଛି । ଅଭିଯୁକ୍ତମାନଙ୍କର ମେଡିକାଲ୍‌ ପରୀକ୍ଷା କରାଯିବା ସହିତ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି । ଆଜି ପୀଡିତା ଥାନାରେ ଅଭିଯୋଗ କଲାପରେ ମାତ୍ର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ଟାଉନ୍‌ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.