ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କ ସୁପୁତ୍ର ଅକ୍ଷିତ ପଣ୍ଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ତଥା ସମ୍ବଲପୁର ସହର ଅମ୍ବିରା ନଗରର ମୂଳନିବାସୀ ବାଳଗୋପାଳ ପଣ୍ଡା ଓ ଧର୍ମପତ୍ନୀ ସୌମ୍ୟ ସୁଲେଖା ପଣ୍ଡାଙ୍କ ସୁପୁତ୍ର ଅକ୍ଷିତ ପଣ୍ଡାଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ଯୁଯୁମୁରା ଆଶ୍ରମରେ ପାଳନ କରି ସମାଜକୁ ଏକ ମହତ୍‌ବାର୍ତ୍ତା ପ୍ରଦାନ କରିଛନ୍ତି । ସାଧାରଣତଃ ପିଲାମାନଙ୍କ ଜନ୍ମଦିନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି କିନ୍ତୁ ଯୁଯୁମୁରା ଆଶ୍ରମ ଯାଇ ଜନ୍ମଦିନ ପାଳନ କରିବା ନିଶ୍ଚିତ ଭାବେ ପ୍ରଶଂସନୀୟ ଉଦ୍ୟମ ବୋଲି ବିଜେପୁର ଅଞ୍ଚଳର ସ୍ଥାନୀୟ ବାସିନ୍ଦା ମତାମତ ଦେଇଛନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମଚାରୀ ବାଳଗୋପାଳ ପଣ୍ଡା ଯୁଯୁମୁରା ଆଶ୍ରମରେ ଅନ୍ତେବାସୀଙ୍କୁ ସୁସ୍ୱାଦୁ ଭୋଜନ ପ୍ରଦାନ କରିଛନ୍ତି । ବାଳଗୋପାଳ ପଣ୍ଡାଙ୍କ ନିଃସ୍ଵାର୍ଥପର ସେବା ପାଇଁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.