ସ୍ୱଭାବିକ ବର୍ଷାରେ ବେହାଲ୍‌ ବଲାଙ୍ଗିର-ସାଲେପାଲି ବ୍ରିଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାଲେପାଲିରୁ ବଲାଙ୍ଗିର ସହରକୁ ସଂଯୋଗ କରୁଥିବା ସାଲେପାଲି ବ୍ରିଜ ଠାରେ ପ୍ରବଳ ବର୍ଷା ଯୋଗୁଁ ବଢ଼ି ପାଣି ଆସୁଛି । ଯାହାଫଳରେ ଏହି ରାସ୍ତାରେ ଯାତାୟାତ ସମ୍ଭବ ହୋଇପାରୁନାହିଁ । ଗତ ଦୁଇଦିନ ଧରି ବଲାଙ୍ଗିରରେ ବର୍ଷା ଲାଗି ରହିଥିବା ବେଳେଗତକାଲି ସକାଳୁ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା । ଯାହାଫଳରେ ଏହି ବ୍ରିଜ ଠାରେ ପ୍ରବାହିତ ହେଉଥିବା ଜଳସ୍ତର ବୃଦ୍ଧି ପାଇଥିଲା । ଦେଖୁ ଦେଖୁ ଏହା ବଢ଼ି ପାଣିର ରୂପ ନେଇଥିଲା । ଯେଉଁଥିପାଇଁ ଏହି ରାସ୍ତାରେ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବରେ ବିଚ୍ଛିନ୍ନ ହୋଇଥିଲା । ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଥିଲା ।

Leave A Reply

Your email address will not be published.