lika

ଶ୍ରାବଣ ମାସର ପ୍ରଥମ ସୋମବାରରେ ଶିବଶଙ୍କରଙ୍କୁ ଜଳାଭିଷେକ ପାଇଁ ହରିଶଙ୍କର ଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

gbag

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ହୋଇଥିବାରୁ ରାଜ୍ୟର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଦ୍ୱାରା ଜଳାଭିଷେକ ଅନୁଷ୍ଠିତ ହୋଇଥିଲା । ପଶ୍ଚିମ ଓଡ଼ିଶାର ପ୍ରମୁଖ ଶୈବପୀଠ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପାପନାସିନୀ ଝରଣାରେ ସ୍ନାନ କରି ଜଳ ଉଠାଇ ମନ୍ଦିରକୁ ଯାଇ ଧୂପ ଦୀପ, ଫୁଲ, ଚନ୍ଦନ, ସିନ୍ଦୁର ସହ ବେଲପତ୍ର ଦେଇ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ପରେ ଶିବପଞ୍ଚାକ୍ଷର ଗାନ କରି ମହାଦେବଙ୍କୁ ଜଳାଭିଷେକ କରିଥିଲେ । ପ୍ରଭୁଙ୍କ ଉପରେ ପାଣି ଢ଼ାଳିବା ପାଇଁ ବାହୁଙ୍ଗି ଭାର ଧରି ରାସ୍ତାରେ ବୋଲ୍‌ବମ୍‌ ହର୍‌ହର୍‌ ବମ୍‌ ଧ୍ୱନୀର ତାଳେ ତାଳେ କାଉଡ଼ିଆମାନେ ଚାଲିଥିଲେ । କାଉଡ଼ିଆମାନଙ୍କ ବୋଲ୍‌ବମ୍‌ ହର୍‌ହର୍‌ ବମ୍‌, ବାବାମଣି ନିଅ ଟାଣି, ହରିଶଙ୍କର ବାବା ପାର୍‌ କରେଗା, ଜଟିଆଧାରି ପାର୍‌ କରେଗା ଆଦି ଧ୍ୱନୀରେ ଗଗନ ପବନ ମୁଖରିତ ହୋଇଥିବାବେଳେ ଏକ ସାତ୍ତ୍ୱିକ ବାତାବରଣ ସୃଷ୍ଟି ହୋଇଥିଲା । କାଉଡ଼ିଆମାନଙ୍କୁ ଉତ୍ସାହିତ କରିବା ପାଇଁ ଗାଡ଼ିରେ ଡାକବାଜିଯନ୍ତ୍ର ଦ୍ୱାରା ବୋଲ୍‌ବମ୍‌ ଗୀତ ବାଜୁଥିବାବେଳେ କାନ୍ଧରେ ପାଣିଭାର ଧରି ଶ୍ରଦ୍ଧାଳୁଙ୍କ ପାଦ ଆଗେଇ ଚାଲିଥିଲା ଶୈବପୀଠ ଅଭିମୁଖେ । ଏହି ଶ୍ରଦ୍ଧାଳୁଙ୍କ ମଧ୍ୟରେ ମହିଳାମାନେ ମଧ୍ୟ ଭାଗ ନେଇଥିବା ଦେଖିବାକୁ ମିଳିଛି । ମନ୍ଦିର ପ୍ରଶାସନ ତରଫରୁ ଶ୍ରଦ୍ଧାଳୁଙ୍କ ଭିଡକୁ ଲକ୍ଷ କରି ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ପାଇଁ ଭାରିମାତ୍ରାରେ ପୋଲିସ ମୁତୟନ କରାଯାଇଥିବା ଜଣାପଡିଛି ।

babaa
Leave A Reply

Your email address will not be published.