ମୁକୁଳା ଟ୍ରାନ୍ସଫର୍ମର ପାଇଁ ଚାଲିଗଲା ଗୋମାତାର ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁଁ ଚାଲିଗଲା ଗୋମାତାର ଜୀବନ । ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ କୋତନା ଗ୍ରାମରେ । ବହୁ ଦିନରୁ ପଡ଼ିରହିଛି ମୁକୁଳା ଟ୍ରାନ୍ସଫର୍ମର, ବାରମ୍ବାର ଆପତ୍ତି ଅଭିଯୋଗ କଲେ ମଧ୍ୟ ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ । ଆଗରୁ ମଧ୍ୟ ମୁକୁଳା ଟ୍ରାନ୍ସଫର୍ମର ସ୍ପର୍ଶରେ ଆସି ବହୁ ଗାଈଗୋରୁ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଅତ୍ୟନ୍ତ ଦୁଃଖର ବିଷୟ ଯେ ଯେଉଁ ଗାଈ ମୃତ୍ୟୁ ବରଣ କରିଛନ୍ତି, ସେ ଗାଈର କ୍ଷୀରରେ ଗୋଟିଏ ପରିବାର ପ୍ରତିପୋଷଣ ହେଉଥିଲେ । ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁଁ ଗୋମାତାର ଜୀବନ ଚାଳିଯାଇଛି । କେବଳ ବିଦ୍ୟୁତ୍‌ ବିଲ୍ ଅସୁଲି କରିବାରେ ବ୍ୟସ୍ତ, ବିଲ୍ ନଦେଲେ ଉପଭୋକ୍ତାଙ୍କ ଲାଇନ୍ କଟା ହେଉଛି । ଆଗାମୀ ଦିନରେ ମୁକୁଳା ଟ୍ରାନ୍ସଫର୍ମର ‌ଚାରିପଟେ ପାଚେରୀ କରିବା ପାଇଁ ସାଧାରଣରେ ଦାବି ହୁଏ ।

Leave A Reply

Your email address will not be published.