ଶ୍ରୀଚୈତନ୍ୟ ମଠରେ ଗୁରୁ ପୂଜନ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଅବସ୍ଥିତ ପ୍ରାଚୀନ ଶ୍ରୀଚୈତନ୍ୟ ମଠରେ ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ ଆଧ୍ୟାତ୍ମିକ ବ୍ୟକ୍ତି ତଥା ଶିଷ୍ୟ ଓ ଶିଷ୍ୟା ମାନେ ମଠରେ ପହଞ୍ଚି ମଠ ମହନ୍ତ ରାଧାବିନୋଦ ଦାସ ଗୋସ୍ୱାମୀ ମହାରାଜଙ୍କୁ ପୂଜନ କରିଥିଲେ । ଏହି ପରିପ୍ରେକ୍ଷୀରେ ଗୁରୁ ଶିଷ୍ୟମାନଙ୍କୁ ଅନେକ ଧର୍ମବାଣୀ ଶୁଣାଇବା ସହ ସୁସ୍ଥ ମାନବ ସମାଜ ଗଠନ କରିବାକୁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମଠ ପରିସରରେ ଭଜନ କୀର୍ତ୍ତନ ଯୋଗୁଁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ଗୁରୁ ଶିଷ୍ୟ ପରମ୍ପରା କାର୍ଯ୍ୟକ୍ରମରେ ଗୁରୁଙ୍କ ମହତ ବାଣୀ ଶ୍ରାବଣ କରି ଶିଷ୍ୟମାନେ ଆନନ୍ଦ ବିଭୋର ହୋଇଥିଲେ । ଶେଷରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.