csstore

ଖଣ୍ଡାୟତ ମହିଳା ଶାଖାର କନିକା ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଖଣ୍ଡାୟତ କ୍ଷତ୍ରିୟ ମହାସଭାର ଇସ୍ପାତ ନଗର କମିଟିର ମହିଳା ଶାଖା ତରଫରୁ ଶ୍ରୀଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ସମୟରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ଓ ଭକ୍ତଙ୍କ ମଧ୍ୟରେ କନିକା ବଣ୍ଟନ କରାଯାଇଥିଲା । ମୀନତି ବିଶ୍ୱାଳଙ୍କ ନେତୃତ୍ୱରେ ପ୍ରାୟ ଦୁଇ ହଜାର ଭକ୍ତଙ୍କୁ ଏହି କନିକା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଜ୍ୟୋସ୍ନା ନାୟକ, ଉର୍ମିଳା ରାଉତ, ତପସ୍ୱିନୀ ନାୟକ, ସାଗରିକା ଭୂଜବଳ, ପ୍ରଭାତୀ ପ୍ରତାପ ସିଂ, ତନୁ ପ୍ରଧାନ, ସସ୍ମିତା ପ୍ରଧାନ, ପ୍ରଭାତୀ ଧଳ, ନିତାଞ୍ଜଳୀ ପରିଡ଼ା, ସ୍ୱପ୍ନା ଭଞ୍ଜ, ସ୍ମୃତି ଲେଙ୍କା, ଦିପ୍ତୀ ସୁନ୍ଦରାୟ, ଆରତୀ ଚୌଧୁରୀ, ଶାନ୍ତିଲତା ବେହେରା, ପ୍ରଭାତୀ ସୁବୁଦ୍ଧି, ଲୀନା ବିଶ୍ୱାଳ ପ୍ରମୁଖ ତଥା ମହାସଭାର ଜଗନ୍ନାଥ ରାଉତ, ରବି ପରିଡ଼ା, ଉଗ୍ରସେନ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ପ୍ରତ୍ୟେକ ବର୍ଷ ନିଳାଦ୍ରୀ ବିଜେ ସମୟରେ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ମହିଳା ଶାଖା ତରଫରୁ କନିକା ବଣ୍ଟନ କରାଯାଇଥାଏ ।

jayashree
Leave A Reply

Your email address will not be published.