ବାଘ ଆତଙ୍କ : ଲୋକେ ଭୟଭୀତ

ନୂଆପଡ଼ା : କୋମନାରେ ବାଘ ଆତଙ୍କ ଦେଖା ଦେଇଥିବା ବେଳେ ଲୋକେ ଭୟଭୀତ ଥିବା କୁହାଯାଇଛି । ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲାର କୋମନା ରେଞ୍ଜ ଅନ୍ତର୍ଗତ ବୀରସିଂଙ୍ଗପଡ଼ା ଗ୍ରାମରେ ବାଘ ଆତଙ୍କ ଖେଳିଛି । ଏକ ବାଘ ଏହି ଗ୍ରାମର ୩ ଜଣଙ୍କର ଛେଳି, ବଳଦ ଓ ବାଛୁରୀକୁ ମାରି ଖାଇଥିବାର ଖବରରେ କୁହାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ବୀରସିଂଙ୍ଗପଡ଼ାର ନବୀନ ମାଝିଙ୍କ ଛେଳି ଓ ମେଣ୍ଢା, ବନବାସୀ ମାଝିଙ୍କ ବଳଦ ଏବଂ ଡୋଲାମଣି ମାଝିଙ୍କ ବାଛୁରୀକୁ ବାଘ ମାରି ଖାଇ ଦେଇଛି । ଏହି ପାଇବା ପରେ କୋମନା ରେଞ୍ଜ୍‌ର ବନ କର୍ମଚାରୀ ପହଞ୍ଚି ଘଟଣାର ତଦନ୍ତ କରୁଥିବା କୁହାଯାଇଛି ।

Leave A Reply

Your email address will not be published.