oom

ଗଙ୍ଗାଧର ମେହେର ଜୟନ୍ତୀ ପ୍ରସ୍ତୁତି ବୈଠକ

jsmm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ପ୍ରକୃତି କବି ଗଙ୍ଗାଧର ମେହେର ଜୟନ୍ତୀ ପାଳନ ନିମନ୍ତେ ସଂସଦ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ପଦ୍ମଲୋଚନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ହେମନ୍ତ ସାହୁ ପୂର୍ବ ବୈଠକର ବିବରଣୀ ଉପସ୍ଥାପନା କରିବା ଆଲୋଚନା ଆରମ୍ଭ କରିଥିଲେ । ଆସନ୍ତା ଅଗଷ୍ଟ ମାସ ୧୯ ତାରିଖରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରକୃତି କବିଙ୍କ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳନ କରିବାକୁ ଉପସ୍ଥିତ ବରିଷ୍ଠ ସଦସ୍ୟ ପରମାନନ୍ଦ ବିଶି, ରାକେଶ କୁମାର ଶତପଥୀ, ସୁଶାନ୍ତ କୁମାର ମିଶ୍ର, ପବନ କୁମାର ମହାଳିକ, ମାନସ ରଞ୍ଜନ ପ୍ରହରାଜ ମତବ୍ୟକ୍ତ କରିଥିଲେ । ଏଠାରେ ସୂଚନା ଥାଉକି ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ବର୍ଷ ହୋଇଥିବା ବେଳେ ପ୍ରତି ବର୍ଷ ଗଙ୍ଗାଧର ମେହେର ଜୟନ୍ତୀ ସହ ଅନ୍ୟାନ୍ୟ ସାହିତ୍ୟ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରାଯାଇଥାଏ ।

jittmm
Leave A Reply

Your email address will not be published.