oom

ପାଟଣାଗଡ଼ରେ ସିରିଜ ଚୋରି ଲୁଟିନେଲେ ଲକ୍ଷାଧିକ ଟଙ୍କା, ସୁନା, ବାଇକ୍‌ ଓ ସ୍କୁଟି

jsmm

ପାଟଣାଗଡ଼, (ଅଶୋକ କୁମାର ବାଗ) : ଦିନକୁ ଦିନ ପାଟଣାଗଡ଼ରେ ବଢ଼ିଚାଲିଛି ଅପରାଧିକ କାର୍ଯ୍ୟକଳାପ, ଅଞ୍ଚଳରେ ଚୋରି ଏକ ସାଧାରଣ ଘଟଣା ହେବାକୁ ବସିଲାଣି, ପ୍ରାୟ ପ୍ରତିଦିନ କୋଉଠି ବାଇକ୍‌ ଅଟକାଇ ଟଙ୍କା ଲୁଟ୍‌ ତ କୋଉଠି ଦୋକାନ ସଟର ଭାଙ୍ଗି ଚୋରି ହେଉଥିବା ଦେଖିବାକୁ ମିଳିଛି । ରହେନମାଲ ଗ୍ରାମର ଚୋରିଘଟଣା ଲୋକଙ୍କ ମନରୁ ଯାଇନଥିବା ବେଳେ ଆଜି ପୁଣି ଜଣେ ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଓ ଜଣେ ବ୍ଲକ କର୍ମଚାରୀଙ୍କ ଘରେ ଗ୍ରିଲ ଓ ତାଲାଭାଙ୍ଗି ଲକ୍ଷାଧିକ ଟଙ୍କା, ସୁନା, ବାଇକ୍‌ ଓ ସ୍କୁଟି ଲୁଟି ନେଇଛନ୍ତି ଦୁର୍ବୃତ୍ତତ୍ତ, ସୂଚନାନୁସାରେ ପାଟଣାଗଡ଼ ବ୍ଲକଛକ ସ୍ଥିତ ୱାର୍ଡ ନଂ ୬ରେ ରହୁଥିବା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଡମ୍ବରୁ ମେହେରଙ୍କ ଘରେ ଗ୍ରିଲ ଭାଙ୍ଗି ଭିତରକୁ ପଶି ତାଙ୍କ ଶୋଇବା ଘରେ ବାହାରୁ ବନ୍ଦ କରି ପ୍ରାୟ ଦଶଗ୍ରାମ ସୁନା, ଏକଲକ୍ଷ ଟଙ୍କା ଓ ଲୁଗା ଭର୍ତ୍ତି ୪ଟି ବ୍ୟାଗ ଚୋରି କରିନେଇଛନ୍ତି ସେହିପରି ଆଉ ଜଣେ ବ୍ଲକ୍‌ କର୍ମଚାରୀ ଧନିରାମ ସାହୁ ଘରେ ନଥିବା ବେଳେ ତାଲାଭାଙ୍ଗି ବାଇକ୍‌, ସ୍କୁଟି ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ, ଧନୀ ସାହୁଙ୍କ ପରିବାର ଲୋକ ଘରେ ନଥିବାରୁ କଣ କଣ ଚୋରି ହୋଇଛି ସଠିକ୍‌ ଖବର ମିଳିପାରିନାହିଁ, ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରିରଖିଥିବା ବେଳେ ବାରମ୍ବାର ଅଞ୍ଚଳରେ ଚୋରି ବଢି ଚାଲୁଥିବା ହେତୁ ଲୋକ ଭୟଭୀତ ହୋଇ ରହିଛନ୍ତି ଓ ପୋଲିସର ସୁରକ୍ଷା ଅଧିକ କଡାକଡି କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି । ଅନ୍ୟପଟେ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

jittmm
Leave A Reply

Your email address will not be published.