csstore

ମାଁ ସିମୁଲିଖୁଲିଏନ୍‌ ଯୁବକ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ସରଗୁଲ ଗ୍ରାମର ମାଁ ସିମୁଲିଖୁଲିଏନ୍‌ ଯୁବକ ସଂଘ ଆନୁକୂଲ୍ୟରେ ସିମୁଲିଖୋଲ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲଗାତାର ଚାରି ବର୍ଷ ହେବ ବୃକ୍ଷରୋପଣ କାର୍ଯ୍ୟକ୍ରମ ହେଉଛି । ଚଳିତ ବର୍ଷ ମଧ୍ୟ ବିଭିନ୍ନ କିସ୍‌ମର୍‌ର ତିନିଶହ ଚାରାରୋପଣ କରାଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ମାଁ ସିମୁଲିଖୁଲିଏନ୍‌ ଯୁବକ ସଂଘର ସଦସ୍ୟମାନେ ହେଲେ ରମେଶଗଜାକୁଶ, ବରୁଣ ପାଣ୍ଡେ, ଦେବାନନ୍ଦ ବରିହା, ପ୍ରକାଶ ବାଗ, ତାରା ଚନ୍ଦ୍ର ବରିହା, ସନାତନ ପାଣ୍ଡେ, ନାରେନ ପଟେଲ, ତ୍ରୀଲୋଚନ ପାଣ୍ଡେ, ଗୋବିନ୍ଦ ଲୁହୁରା, କିଶୋର ଡନସନା, ବିଜୟ ବାଗ, ଆଶିଷ ବନଛୋର, ରଜତ ଲୁହୁରା, ନବ ବାଗ, ମିତ୍ର ବାଗ, କିଶୋର ଲୁହୁରା, ବିଦ୍ୟାଧର ଷଣ୍ଢ, ସୁମିତ ପଟେଲ, ଗୁଲସନ ନାଏକ, ରିଙ୍କୁ ପ୍ରଧାନ, ଲେନିଷ ସାହୁ, ଦୀନେଶ ରାଉତ, କିଶନ କନ୍ଧ ପ୍ରମୁଖ ସମସ୍ତ ମାଁ ସିମୁଲିଖୁଲିଏନ୍‌ ଯୁବକ ସଂଘ ସଭ୍ୟମାନେ ବୃକ୍ଷରୋପଣ କରିଥିଲେ । ଏହି ପରି ମହତ୍ୱ କାର୍ଯ୍ୟକ୍ରମକୁ ଅଞ୍ଚଳରେ ପ୍ରଶଂସା କରିଛନ୍ତି ।

jayashree
Leave A Reply

Your email address will not be published.