ଗଞ୍ଜାମ ସହରାଞ୍ଚଳରେ ସଫେଇ କର୍ମଚାରୀଙ୍କୁ ଦରମା ମିଳିନଥିବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସଫେଇ କର୍ମଚାରୀମାନେ ଦରମା ପାଇନଥିବା ଯୋଗୁଁ ଗତ ୧୧ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଫଳରେ ବିଭିନ୍ନ ୱାର୍ଡରେ ସଫେଇ ବ୍ୟବସ୍ଥା ଠପ ହୋଇପଡିଛି । ପ୍ରତେକ ୱାର୍ଡ ମାନଙ୍କରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ିରହିଛି । ଯାହାକୁନେଇ ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡିଛି । ସମ୍ପ୍ରତି ବିବାହ, ବ୍ରତ, ଘର ପ୍ରତିଷ୍ଠା ଆଦି ମାଙ୍ଗଳିକ କାର୍ଯ୍ୟକ୍ରମ ରହିଥିବାରୁ ବିଭିନ୍ନ ୱାର୍ଡରେ ଭୋଜି ଖଲି ପତ୍ର ପଡିରହିଥିବା ଲକ୍ଷ କରାଯାଇଛି । ଫଳରେ ସେହି ସ୍ଥାନ ମାନଙ୍କରେ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଫଳରେ ଅଂଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି । ସହରରେ ଏପରି ସମସ୍ୟା ସତେ ଯେପରି ବୁଝିବାକୁ କେହି ନାହାନ୍ତି । ସୂଚନା ଯୋଗ୍ୟ କିଛି ମାସ ତଳେ ଭୁବନେଶ୍ୱରର ଏକ ଠିକା ସଂସ୍ଥା ପରିମଳ ଟେଣ୍ଡର ନେଇଥିବା ବେଳେ ସ୍ଥାନୀୟ ଅଂଚଳର ୪୮ ଜଣ ମହିଳା ଓ ପୁରୁଷ କର୍ମଚାରୀ ସଫେଇ ଦାୟିତ୍ୱରେ ରହିଛନ୍ତି । ଠିକା ସଂସ୍ଥା ସହ ପ୍ରତି ମାସ ୧ ତାରିଖରୁ ୫ ତାରିଖ ମଧ୍ୟରେ ସଫେଇ କର୍ମଚାରିଙ୍କୁ ଦରମା ପ୍ରଦାନ କରିବା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ବେଳେ ୧୦ ତାରିଖ ପର୍ଯ୍ୟନ୍ତ ସଫେଇ କର୍ମଚାରୀ ସେମାନଙ୍କ ପ୍ରାପ୍ୟ ପାଇନଥିବା ଅଭିଯୋଗ କରିଛନ୍ତି । ଯାହାକୁନେଇ ସେମାନେ କାର୍ଯ୍ୟବନ୍ଦ କରିଥିବା ପ୍ରକାଶ କରିଛନ୍ତି । ଉକ୍ତ ସମସ୍ୟା ସହରରେ ଜଟିଳ ପରିସ୍ଥିତି ସୃଷ୍ଟି କରିଛି । ଏନ୍‌ଏସି କତ୍ତୃପକ୍ଷ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ଏହାର ସମାଧାନ କରିବାପାଇଁ ଅଂଚଳବାସୀଙ୍କ ପକ୍ଷରୁ ଦାବୀ ହେଉଛି । ଏନେଇ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ନା ଡାଙ୍ଗୁଆଁଙ୍କ ସହ ଯୋଗାଯୋଗ କରିବାରେ କାର୍ମଚାରୀମାନେ ଦରମା ପାଇନଥିବା ସ୍ୱୀକାର କରିଛନ୍ତି । ଏ ସମ୍ପର୍କରେ ସେ ଜିଲ୍ଲା ପ୍ରଶାସନକୁ ଗବଗତ କରାଇଛନ୍ତି ବୋଲି ପ୍ରକାଶ କରିଥିଲେ । ଏନ୍ୟ ଏକ ବିଶ୍ୱସ୍ଥ ସୂତ୍ରରୁ ପ୍ରକାଶ ଯେ, ଠିକା ସଂସ୍ଥା ତିନିମାସ ହେଲା ଉକ୍ତ ପରିମଳ କାର୍ଯ୍ୟ ନେଇଥିବା ବେଳେ ତିନିମାସର ବିଲ୍‌ ପାଇନଥିବା ଯୋଗୁଁ ସହରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସହରରେ ଆଲୋଚନା ହେଉଛି ।

Leave A Reply

Your email address will not be published.