oom

ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଫାଇଟ୍ ଗୃପର ଶୁଭାରମ୍ଭ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ରଥଯାତ୍ରା ଉପଲକ୍ଷେ ମହିଳା ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ଫାଇଟ୍ ଗୃପ୍‌ର ସେକ୍ଟର ୫ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଶୁଭାରମ୍ଭ କରାଯାଇଛି । ସ୍ୱଚ୍ଛତା, ଜୀବନ ରକ୍ଷା, ରୋଜଗାର ଅସୁବିଧା ସମୟରେ ସାହାଯ୍ୟ ପାଇଁ ଉଦ୍ଦିଷ୍ଟ ଏହି ଫାଇଟ୍ ଗୃପ ଟିମ୍‌ର ସଦସ୍ୟ ମାନେ କାର୍ଯ୍ୟ କରିବ ବୋଲି ଅନୁଷ୍ଠାନର ସଭାପତି ସୁମତି ନାୟକ ପ୍ରକାଶ କରିଛନ୍ତି । ଏହାସହ ଶ୍ରୀମତୀ ନାୟକଙ୍କ ଜନ୍ମଦିନ ହୋଇଥିବାରୁ ତାଙ୍କ ପାଇଁ କେକ୍ କଟାଯାଇଥିବା ବେଳେ ଜନସାଧାରଣଙ୍କ ପାଇଁ ଖିରି ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନ ମହିଳାଙ୍କ ସଶକ୍ତିକରଣ ପାଇଁ କାମ କରିବ ବୋଲି କୁହାଯାଇଛି । ଏହି ଗୃପରେ ସଭାପତି ସୁମତି ନାୟକ, ସମ୍ପାଦିକା ପ୍ରତିମା ମଞ୍ଜରୀ ଆଲଦାଙ୍କ ସମେତ ବସୁମତୀ ମହାନ୍ତି, ଗୌରୀ କୁମ୍ଭାର, ସସ୍ମିତା ପ୍ରଧାନ, ସରିତା ପଲେଇ, ସରିତା ବେହେରା, ରିଙ୍କି କୁମାରୀ, ପାର୍ବତୀ ମଣ୍ଡଳ, ଜ୍ୟୋସ୍ନାରାଣୀ ରାଉତ, ପୁଷ୍ପାଞ୍ଜଳି ଲେଙ୍କା, ରୀନା ସେଠୀ, ରଞ୍ଜିତା ମଲ୍ଲିକ, ତୁଳସୀ ମାହାଲି, ସଞ୍ଜୁକ୍ତା ଜେନା, ମମତା ଲୋହାର, ରେଣୁକା ଖଣ୍ଡୁଆଳ, ସୀତା ମୁର୍ମୁ, ପିଙ୍କି ଦାସ, କଳ୍ପିତା ନାୟକ, ନିତାଞ୍ଜଳୀ ପରିଡ଼ା, ଦିପ୍ତୀ ବିଶ୍ୱାଳ, ବନଜା ବିଶ୍ୱାଳ, ଲୀନା ବିଶ୍ୱାଳ, ପ୍ରିତୀ ଜେନା, ପ୍ରାଞ୍ଜଳୀ ନାଗ, ଦେବିକା ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସମାଜସେବୀ ମୋହନ କୁମାର ମହାନ୍ତି, ରତିଲାଲ କୁମ୍ଭାର, ବିଜୟ ସୁନ୍ଦରାୟ, ରାଜେନ୍ଦ୍ର ପଣ୍ଡା, ହରେକୃଷ୍ଣ ନାୟକ, ରାହୁଲ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିଥିଲେ ।

jittmm
Leave A Reply

Your email address will not be published.