ପଦ୍ମପୁର ବିଧାନସଭା ଭାରତୀୟ ଜନତା ପାର୍ଟିର ସମୀକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ପଦ୍ମାବତୀ ଲଜ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ନବରଙ୍ଗପୁର ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଯୋଗଦାନ କରି ନିର୍ବାଚନରେ କାର୍ଯ୍ୟକର୍ତ୍ତାଙ୍କ ସକ୍ରିୟତା, ପ୍ରଚାର ସାମଗ୍ରୀର ବିତରଣ ଓ ବ୍ୟବହାର, ପ୍ରାର୍ଥୀଙ୍କ ପ୍ରଚାର ଏବଂ ସମ୍ପର୍କ ଅଭିଯାନ, ବିପକ୍ଷ ଦଳର ପ୍ରଚାର ଶୈଳୀ ଏବଂ ଭୋଟ ମିଳିବାର କାରଣ ସମ୍ପର୍କରେ ସମୀକ୍ଷା କରିଥିଲେ । ସଞ୍ଚାଳନ ସମିତିର ସମସ୍ତ ସଦସ୍ୟ, ସମସ୍ତ ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ, କାଉନ୍‌ସିଲର୍‌ ଏବଂ ଜିଲ୍ଲା ପରିଷଦ ମେମ୍ବର ସମୀକ୍ଷାରେ ଭାଗନେଇ ଥିଲେ । ବିଧାନସଭା ସଂଯୋଜକ ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଡ. ଅରୂପା ସାହୁ, ବିଧାନସଭା ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ ଏବଂ ଯୁବନେତା ପ୍ରୀତେଶ ବହିଦାର ମଞ୍ଚାସୀନ ଥିଲେ । ନଗର ସଭାପତି ସୁନୀଲ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.