ସୁବର୍ଣ୍ଣ ଦୀପର ରଥଯାତ୍ରା ସଂଖ୍ୟା ଲୋକାର୍ପିତ

ବରଗଡ, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଣାପ୍ରତାପ ସ୍କୁଲ ପରିସରରେ ଯୁଗୋପଯୋଗୀ ଶିଶୁ କିଶୋର ସାହିତ୍ୟ ପତ୍ରିକା ସୁବର୍ଣ୍ଣ ଦୀପର ରଥଯାତ୍ରା ସଂଖ୍ୟା ଲୋକାର୍ପିତ ହୋଇଯାଇଛି । ବିଦ୍ୟାଳୟର ଭାରତୀ ଶିଶୁ ସାହିତ୍ୟ ସଂସଦର ସମ୍ପାଦିକା ଅଶ୍ଲେଷା ମହାନନ୍ଦଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣ ଦୀପ ପତ୍ରିକାର ସଂପାଦକ ପ୍ରଦୀପ୍ତ ଭାନୁ ମହାନ୍ତି ଉଦ୍ଦେଶ୍ୟ ଜ୍ଞାପନ କରି ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପ୍ରଫେସର ସ୍ନିଗ୍ଧା ତ୍ରିପାଠୀ ଯୋଗଦେଇ ଶିଶୁ ମାନଙ୍କୁ ନିଜ ରୁଚି ଅନୁସାରେ ବୃତ୍ତି ଚୟନ କରିବା ପାଇଁ ଆହ୍ୱାନ ଦେବା ସହ ସାହିତ୍ୟ ପ୍ରତି ସ୍ୱତନ୍ତ୍ର ରୁଚି ରଖିବା ଉଚିତ୍ ବୋଲି ମତ ବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟକ ମନୋରଞ୍ଜନ ମେହେର, ଲେଖିକା ମୀନା ପଣ୍ଡା, ପ୍ରଧାନ ଶିକ୍ଷକ ସୂଦୀପ କୁମାର ରଥ ପ୍ରମୁଖ ଯୋଗଦେଇ ସୁବର୍ଣ୍ଣ ଦୀପର ରଥଯାତ୍ରା ସଂଖ୍ୟା ଲୋକାର୍ପଣ କରିଥିଲେ । ଏହି ଅବସରରେ ସୁବର୍ଣ୍ଣ ଦୀପ ତରଫରୁ ପ୍ରଫେସର ସ୍ନିଗ୍ଧା ତ୍ରିପାଠୀ ଓ ରାଣାପ୍ରତାପ ସ୍କୁଲ ଭାରତୀ ଶିଶୁ ସାହିତ୍ୟ ସଂସଦକୁ ସ୍ମୃତି ଫଳକ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଂସଦର ସଭାନେତ୍ରୀ ରେଣୁକା ଭୋଇ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.