ନିଃଶୁଳ୍କ ପ୍ରସାଦ ବିତରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ରଥଯାତ୍ରା ଉପଲକ୍ଷେ ରାଉରକେଲା ସହର ଶ୍ରୀ ଜଗନ୍ନାଥମୟ ହୋଇଉଠିଥିବା ବେଳେ ବିଭିନ୍ନ ଅନୁଷ୍ଠାନ ତରଫରୁ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ସେକ୍ଟର ୫ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ଠାରେ ଶ୍ରୀ ରାଧାକୃଷ୍ଣ ମନ୍ଦିର ତଥା ରାଉରକେଲା ଯାଦବ ଉନ୍ନୟନ ସମିତି ତରଫରୁ ନିଶୁଳ୍କ ପ୍ରସାଦ ବିତରଣ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । ୨୦୧୪ ମସିହାରୁ ଏହି ସେବା ରଥଯାତ୍ରା ପରଦିନଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ନିଶୁଳ୍କ ପ୍ରସାଦ ସେବା ଯୋଗାଇଦିଆ ଯାଇଥାଏ । ଚଳିତ ବର୍ଷ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରସାଦ ବିତରଣ କରିଥିଲେ । ସେହିପରି ଯାଦବ ଉନ୍ନୟନ ସମିତିର ସଭାପତି ହରିହର ବେହେରାଙ୍କ ୭୦ତମ ଜନ୍ମ ଜୟନ୍ତୀ ପାଳନ କରାଯାଇ ତାଙ୍କୁ ଶୁଭେଚ୍ଛା ସହ କେକ୍ କଟାଯାଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଉପସ୍ଥିତ ଅତିଥିମାନେ ପ୍ରସାଦ ବିତରଣ ସହ ଖିରୀ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରବିନ୍ଦ୍ର ପାଣ୍ଡବ, କାଳନ୍ଦୀଚରଣ ବାରିକ, ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ବିଷ୍ଣୁ ଚରଣ ବେହେରା, ଗୁରୁଚରଣ ଦାସ, କୈବଲ୍ୟ ସାହାଣୀ, ସୌମ୍ୟରଞ୍ଜନ ବେହେରା, ଅମିତ୍ ଚୌଧୁରୀ, ଯୁବଜାନୀ ବେଜ୍, ବିନୋଦ ପଣ୍ଡା, ଦେବଦୁଲ ପାଢ଼ୀ, ସିଦ୍ଧାନ୍ତ କୁମାର, ସର୍ବେଶ୍ଵର ଦାସ, ଅନ୍ତର୍ଯ୍ୟାମୀ ଦାସ, ଭଜହରି ବେହେରା, ଶାନ୍ତିଲତା ବେହେରା, ଶ୍ରବଣ କୁମାର ସା, ବେବିବାଳା ମହାନ୍ତି, କନକଲତା ଜେନା, ମାମା ସିଂ ଓ ବିଧାୟକଙ୍କ ସହ ବିଜେପି ସଭାପତି ଲତିକା ପଟ୍ଟନାୟକ, ଗଙ୍ଗାଧର ଦାସ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.