oom

ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ ‘ଏକ ପେଡ୍‌ ମା’ କେ ନାମ’ ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟକ୍ରମ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ଦେଶବ୍ୟାପୀ ‘ଏକ ପେଡ୍‌ ମା’ କେ ନାମ’ କାର୍ଯ୍ୟକ୍ରମ ସାରା ଦେଶରେ କରାଯାଉଥିବା ବେଳେ ସୋମବାର ଦିନ ଟିଟିଲାଗଡ଼ ସହରର ପିପଲପଦର ସ୍ଥିତ ପ୍ରଭାବତୀ ପବ୍ଲିକ ସ୍କୁଲରେ ଏହି କାର୍ଯ୍ୟକ୍ରମ ସ୍କୁଲ ଅଧ୍ୟକ୍ଷା ଡ. ସୁନନ୍ଦା ଜତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏବେ ବନ ମହୋତ୍ସବ ସପ୍ତାହ ପାଳିତ ହେଉଛି । ଏହାକୁ ଆଖି ଆଗରେ ରଖି ପ୍ରଭାବତୀ ପବ୍ଲିକ ସ୍କୁଲ ଖେଳ ପଡିଆରେ ସ୍କୁଲର ଛାତ୍ରଛାତ୍ରୀମାନେ ୩୦୦ ଶହ ବୃକ୍ଷରୋପଣ କରିଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବନ ବିଭାଗର ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧିଙ୍କୁ ସ୍କୁଲ ତରଫରୁ ନିମନ୍ତ୍ରଣ କରଯାଇଥିଲା । ଶ୍ରୀ ସୁବୁଦ୍ଧି ଗଛର ଉପକାରିତା, ଗଛ କିପରି ଲଗାଯାଏ ? ଗଛର ଯତ୍ନ କିପରି ନେବେ ବୁଝାଇବା ସହ ଗଛର ଯତ୍ନ ନେବାକୁ କହିଥିଲେ । ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହ ବୃକ୍ଷରୋପଣ କରିବାରେ ସାହାଯ୍ୟ ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରୋଜେକ୍ଟ ଡାଇରେକ୍ଟର ଭାବେ ଧରିତ୍ରୀ ମହାନ୍ତି ଓ ଉଦୟ ଚନ୍ଦ୍ର ମହାପାତ୍ର ଥିବାବେଳେ ସ୍କୁଲର ଅନୁପମା ଚୌଧୁରୀ, ମୁକେଶ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ବୃକ୍ଷରୋପଣରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.