csstore

ସମ୍ବାଦ ସାହିତ୍ୟଘର ଗୁଡଭେଲା ତରଫରୁ ୭୫ତମ ବନ ମହୋତ୍ସବ ପାଳିତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ସମ୍ବାଦ ସାହିତ୍ୟଘର ଗୁଡଭେଲା, ଜିଲ୍ଲା ବଲାଙ୍ଗିର ତରଫରୁ ଜୁଲାଇ ୮ ତାରିଖ ପୂର୍ବାହ୍ନ ୯ଟା ସମୟରେ ୭୫ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଦସ୍ୟବୃନ୍ଦ ତୁଷୁରା ଏନ୍.ଏ.ସି ସଂଲଗ୍ନ ପଡିଆରେ ଆମ୍ବ, ନିମ୍ବ, ଖଇର, ଚାକୁଣ୍ଡା, ଅଁଳା, କରଞ୍ଜ, ଶାଳ, ପିଆଶାଳ, ଶାଗୁଆନ ପ୍ରଭୃତି ୧୦୮ଟି ଚାରାରୋପଣ କରିଥିଲେ । ସଭାପତି ଶ୍ୟାମସୁନ୍ଦର ପ୍ରଧାନ, ଉପସଭାପତି ସୁଧାକର ପ୍ରଧାନ, ସନ୍ତୋଷ କୁମାର ବେହେରା, ସଂପାଦକ ଆଶୁକବି ହେମନ୍ତ ଦାସ, ଯୁଗ୍ମ ସଂପାଦକ ଭକ୍ତବନ୍ଧୁ ସାହୁ, ସଂଯୋଜକ ସୁନୀଲ ଜୈନ, ସଦସ୍ୟ ପ୍ରହଲ୍ଲାଦ ଦଣ୍ଡସେନା, କ୍ଷୀରେଶ୍ୱର ଦଳବେହେରା, ସୁରେନ୍ଦ୍ର ଭୋଇ, କାମଦେବ ପ୍ରଧାନ, ରୋହିତ ପଧାନ, ପଦ୍ମନାଭ ସାହୁ, ପିତାମ୍ବର ସା, ସଞ୍ଜୟ ସ୍ୱାଇଁ ପ୍ରମୁଖ ବୃକ୍ଷ ରୋପଣ କରିଥିଲେ । ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ସଂପାଦକ ଶ୍ରୀ ଦାସ ସୂଚନା ପ୍ରଦାନ କରିଥିଲେ । ଶୋକରେ ସଂଯୋଜକ ଶ୍ରୀ ଜୈନ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ ।

jayashree
Leave A Reply

Your email address will not be published.