‘ଦାରୁବ୍ରହ୍ମ ସାଂସ୍କୃତିକ ପରିଷଦ’ ଆନୁକୂଲ୍ୟରେ ଭଜନ ସଂଧ୍ୟାର ଆୟୋଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ‘ଦାରୁବ୍ରହ୍ମ ସାଂସ୍କୃତିକ ପରିଷଦ’ ଆନୁକୂଲ୍ୟରେ ଘୋଷଯାତ୍ରା ଅବସରରେ ଆଜି ସେକ୍ଟର ୨୦ ଗୁଣ୍ଡିଚା ମନ୍ଦିରଠାରେ ଏକ ମନୋଜ୍ଞ ଭାବପୂର୍ଣ୍ଣ ଭଜନ ସଂଧ୍ୟାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହରର ପ୍ରତିଷ୍ଠିତ ବାଦ୍ୟ ଶିଳ୍ପୀ ଓ କଣ୍ଠଶିଳ୍ପୀ ମାନେ ଅଂଶ ଗ୍ରହଣ କରିବା ସହିତ ପରିବେଶକୁ ଭକ୍ତିରସପୂର୍ଣ୍ଣ କରିଥିଲେ । ସାଧାରଣ ସମ୍ପାଦକ ଜଗନ୍ନାଥ ରାଉତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କର୍ଯ୍ୟକ୍ରମ ସମ୍ପାଦକ ବିଭୁ ନାୟକ ମଞ୍ଚ ପରିଚାଳନା କରିଥିଲେ ଏବଂ ସାଂସ୍କୃତିକ ସମ୍ପାଦକ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ଶେ୍‌ଶ୍ଲାକ ପାଠ କରି ସଂଗୀତ ପରିଚାଳନା କରିଥିଲେ । କଣ୍ଠଦାନ କରିଥିଲେ ଜ୍ୟୋତିର୍ମୟ ଆଚାର୍ଯ୍ୟ, ବୈକୁଣ୍ଠନାଥ ସାହୁ, ନିଶିପଦ୍ମା ନନ୍ଦ, ମଞ୍ଜୁଲତା ଦାସ, ତପସ୍ୱିନୀ ପତି, ପ୍ରଦୀପ ପାଣିଗ୍ରାହୀ, ପଦ୍ମାରାଣୀ ବେହୁରା, ଅଜିତ କୁମାର କର, ସୁନିତା ବେହୁରା, ବିଷ୍ଣୁପ୍ରିୟା ସାହୁ, ତ୍ରିଲୋଚନ ମହାରଣା । ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ ହାରମୋନିୟମ- ଜ୍ୟୋତିର୍ମୟ ଆଚାର୍ଯ୍ୟ, ଭାଓଲିନ- ଗଜେନ୍ଦ୍ର ମୁର୍ମୁ, ତବଲା – ବିଶ୍ଵନାଥ ପଟ୍ଟନାୟକ, କି ବୋର୍ଡ଼- ବୈକୁଣ୍ଠ ସାହୁ ଓ ତବଲା- ଚିନ୍ତାମଣି ଗୌଡ଼ । ସହସ୍ରାଧିକ ଶ୍ରଦ୍ଧାଳୁମାନେ ସଂଗୀତ ଉପଭୋଗ କରି ମନ୍ତ୍ରମୁଗ୍ଧ ହୋଇଥିଲେ ।

Leave A Reply

Your email address will not be published.