ଅବସରପ୍ରାପ୍ତ ପୋଷ୍ଟ ମାଷ୍ଟର ଘାସିରାମ ଦାସଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଅବସରପ୍ରାପ୍ତ ପୋଷ୍ଟ ମାଷ୍ଟର ଘାସିରାମ ଦାସ(୮୬)ଙ୍କ ପରଲୋକ ହୋଇଯାଇଛି । ଗତକାଲି ଶନିବାର ତାଙ୍କ ନିଜ ଘର ଗୋବିନ୍ଦ ପାଲିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଜଣେ ଦକ୍ଷ ପୋଷ୍ଟ ମାଷ୍ଟର ଭାବରେ ତାଙ୍କର ବେଶ ଖ୍ୟାତି ଥିଲା । ସ୍ୱର୍ଗତ ଦାସ ଭେଡେନ ବ୍ଲକ୍ ଅନ୍ତର୍ଗତ ବାଲିକୁଣ୍ଡା ଗ୍ରାମରେ ୧୮.୦୬.୧୯୩୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଖିଣ୍ଡାରେ ପ୍ରାଥମିକ ଶିକ୍ଷା ପରେ ଲାରମ୍ଭାରେ ହାଇସ୍କୁଲ ଶିକ୍ଷା ସମାପ୍ତ କରି କିଛି ଦିନ ପାଇଁ ବରଗଡ ଜର୍ଜ ହାଇସ୍କୁଲରେ ଶିକ୍ଷକତା କରିଥିଲେ । ପରେ ପୋଷ୍ଟ ମାଷ୍ଟର ଭାବରେ ଜୁନାଗଡ଼, ବଲାଙ୍ଗିର, ସୋହେଲା, ମେଲଛାମୁଣ୍ଡା, ପଦ୍ମପୁର, ସିମେଣ୍ଟ ଫ୍ୟାକ୍ଟ୍ରି, ତୋରାରେ କାର୍ଯ୍ୟ ତୁଲାଇଥିଲେ । ସେ ୧୯୯୬ ମସିହାରେ ରାଉରକେଲା ଠାରେ ପ୍ରଧାନ ଡାକପାଳ ଭାବରେ ଅବସର ଗ୍ରହଣ କରିଥିଲେ । ସେ ଜଣେ ଅତ୍ୟନ୍ତ ମେଲାପି ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ସେ ତାଙ୍କ ପଛରେ ୨ ପୁଅ ନୃସିଂହ ଓ ପ୍ରଭାସ, ଦୁଇ ବୋହୂ, ୨ ଝିଅ ହେମଙ୍ଗିନି ଓ ସୌଦାମିନୀ, ଦୁଇ ଜ୍ୱାଇଁ ଓ ନାତି ନାତୁଣୀ ଛାଡ଼ି ଯାଇଛନ୍ତି । ତାଙ୍କ ପାର୍ଥିବ ଶରୀରର ଶେଷକୃତ୍ୟ ଜୀରା ନଈ କୂଳରେ ସମ୍ପନ୍ନ ହୋଇଥିଲା । ବଡ଼ ପୁଅ ନୃସିଂହ ଚରଣ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ତଥା ବନ୍ଧୁ ପରିଜନରେ ଶୋକର ମାହୋଲ ଖେଳି ଯାଇଛି ।

Leave A Reply

Your email address will not be published.