୮୪ ଘର ଅଘରିଆ ସମାଜ ଆଞ୍ଚଳିକ କମିଟି ବଲାଙ୍ଗିରର ଦ୍ଵାବିଂଶ ସଂଖ୍ୟା ଅଘରିଆ ଜ୍ୟୋତି ଆନୁଷ୍ଠାନିକ ଭାବେ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜଗନ୍ନାଥ ପଡା ସ୍ଥିତ ଜଗନ୍ନାଥ ମନ୍ଦିରରେ ୮୪ ଘର ଅଘରିଆ ସମାଜ ଆଞ୍ଚଳିକ କମିଟି ବଲାଙ୍ଗିରର ଦ୍ଵାବିଂଶ ସଂଖ୍ୟା ଅଘରିଆ ଜ୍ୟୋତି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି । ପ୍ରଥମେ ସମାଜର ଅଧିଷ୍ଠାତା ପ୍ରଭୁ ଜଗନ୍ନାଥଙ୍କ ଠାରେ ପୂଜାର୍ଚ୍ଚନା ପରେ ସଭାପତି ଶୁଭ୍ରାଂଶୁ ଶେଖର ପଟେଲ ଓ ପୁସ୍ତକ କମିଟିର ମୁଖ୍ୟ ସମ୍ପାଦକ ସନ୍ତୋଷ କୁମାର ରାଉତ କେନ୍ଦ୍ର କମିଟି, ଉପଦେଷ୍ଟା ମଣ୍ଡଳୀ, ୪ ମଣ୍ଡଳ ସଭାପତି, ୧୮ ଗୁଡ଼ି ସଭାପତି, କୃଷକ ମଞ୍ଚ, ମହିଳା ମଞ୍ଚ, ଯୁବା ମଞ୍ଚ, ନିର୍ମାଣ କମିଟି, ପୁସ୍ତକ କମିଟି, ଶିକ୍ଷା କମିଟି ସମେତ ଅନେକ ଯୁବବନ୍ଧୁ ଓ ଗ୍ରାମ୍ୟ କମିଟିରପ୍ରାୟ ୭୫ଜଣ ସଦସ୍ୟ ସଦସ୍ୟାଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଥିଲା ।

Leave A Reply

Your email address will not be published.