ଇଲେକ୍ଟ୍ରୋନିକ୍ସ ଗୋଦାମରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ହଂସପାଳରେ ଥିବା ଏକ ଗୋଦାମରେ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରୋନିକ୍ସ ଗୋଦାମଟି ନିଆଁରେ ପୋଡି ଛାରଖାର ହୋଇଯାଇଛି । ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ସଂଧ୍ୟା ବେଳକୁ ନିଆଁ ବ୍ୟାପିଥିଲା । ଗୋଦାମରେ ଫ୍ରିଜ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ରହିଥିଲା । ନିଆଁର ସଂସ୍ପର୍ଶରେ ଆସିବା ପରେ ଏହାସବୁ ବିସ୍ପୋରଣ କରିଥିଲା । ତେବେ ଖବର ପାଇ ଅଗ୍ନିଶମ ବିହାନୀ ପହଚି ନିଆଁକୁ ଆୟତ୍ତ କରିଥିଲେ ବୋଲି ଜଣାପଡିଛି ।

Leave A Reply

Your email address will not be published.