ସଇଁତଲାରେ ଡେଙ୍ଗୁ ବ୍ୟାପୁଛି ଘଟଣାରେ ପ୍ରଶାସନର ଜରୁରୀକାଳୀନ ବୈଠକ : ଲୋକଙ୍କୁ ସଚେତନତା କରିବା ପାଇଁ ପରାମର୍ଶ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଡେଙ୍ଗୁ ବ୍ୟାପୁଥିବାରୁ ଆତଙ୍କ ସୃଷ୍ଟି ହୋଇଛି । ଏନେଇ ପ୍ରଗତିବାଦୀରେ ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରି ବଲାଙ୍ଗିର ଓ ସଇଁତଲା ଡାକ୍ତରୀ ଟିମ୍‌ ପହଂଚି ମହିଳା ଓ ପୁରୁଷମାନଙ୍କୁ ଜ୍ୱର ହେଉଥିବା ନେଇ ପ୍ରାୟ ୭୦ରୁ ଅଧିକ ଲୋକଙ୍କ ରକ୍ତ ସଂଗ୍ରହ କରି ପରୀକ୍ଷା ପାଇଁ ବଲାଙ୍ଗିରକୁ ପଠାଇଥିଲେ । ଏହି ଡେଙ୍ଗୁ ରୋଗୀ ସଂଖ୍ୟା ୨୫ରୁ ଅଧିକ ଚିହ୍ନଟ ହୋଇସାରିଥିବା ବେଳେ ବର୍ତ୍ତମାନ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ରେ ୧୧ ଜଣ ରୋଗୀ ବର୍ତ୍ତମାନ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ସେହିପରି ବରଗଡ଼ ଘରୋଇ ମେଡିକାଲ୍‌ ମଧ୍ୟ ପଡା କିଛି ରୋଗୀ ଚିକିତ୍ସିତ ହେଉଥିବା ପରିବାର ଲୋକେ ଜଣାଛନ୍ତି । ଏନେଇ ପ୍ରଶାସନ ତରଫରୁ ଡେଙ୍ଗୁ ସଚେତନତା ଉପରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ସଭାରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ଟିଟିଲାଗଡ଼ ଉପଜିଲ୍ଲାପାଳ ରୋହନ ଖେତ୍ରୀ, ତହସିଲଦାର ଆଶିଷ ଏକ୍କା, ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. କୁବେର ଚନ୍ଦ୍ର ମହନ୍ତ ଓ ସଇଁତଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସମରେନ୍ଦ୍ର ମହାପାତ୍ର ଯୋଗଦାନ କରି ଲୋକେ ଡେଙ୍ଗୁ ମଶାରୁ କିପରି ସଚେତନତା ହେବ ସେ ସମ୍ପର୍କ ଆଲୋଚନା ହୋଇଥିଲା । ଏପରିକି କେଉଁ କେଉଁ ସ୍ଥାନରୁ ମଶା କିପରି ଜନ୍ମ ହୋଇଥାଏ ଓ କାୟା ବିସ୍ତାର କରି ଲୋକମାନେ ଏହାର ଶିକାର ସେ ଉପରେ ଡା. ଶ୍ରୀ ମହନ୍ତ ଉପସ୍ଥିତ ବିଭିନ୍ନ ବିଭାଗ କର୍ମଚାରୀମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । ବୈଠକରେ ମଶା ବାହିତ ରୋଗ ପରାମର୍ଶଦାତା ସୁରେଶ ସ୍ୱାଇଁ, ଏଫଏଲ୍‌ଏ ଶ୍ରୀକାନ୍ତ ଯୋଷୀ, ପିଏଚ୍‌ଓ ମିନାକୁମାରୀ ତ୍ରିପାଠୀ, ବିପିଏମ୍‌ ଅମୀୟ ରାଜପଲିଆ, ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ, ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ, ଅତିରିକ୍ତ ଶିକ୍ଷା ଅଧିକାରୀ ନରେନ୍ଦ୍ର ସାହୁ, ଆଇସିଡିଏସ୍‌ ସୁପରଭାଇଜର୍‌ ଜ୍ଞାନନ୍ଦା ମହାନନ୍ଦଙ୍କ ସମେତ ଅଙ୍ଗେନୱାଡି କର୍ମୀ, ଆଶା କର୍ମୀ, ମେଡିକାଲ୍‌ ସ୍ୱାସ୍ଥ୍ୟ କର୍ମୀ ସହ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ସନ୍ଧ୍ୟା ସମୟରେ ଭୁବନେଶ୍ୱର ଏକ ଡାକ୍ତରୀ ଟିମ୍‌ ପହଂଚି ପଡାକୁ ଯାଇ ଅନୁଧ୍ୟାନ କରିବେ । ଏହା ସହିତ ସରକାର ରୋଗୀମାନଙ୍କୁ ଦ୍ୱାରା ବିଭିନ୍ନ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଡା. ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.