oom

ଟିଟିଲାଗଡ଼ ବିଧାୟକଙ୍କ ଡେଙ୍ଗୁ ପୀଡିତା ଅଞ୍ଚଳ ପରିଦର୍ଶନ : ଲୋକଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଲେ

jsmm

ସଇଁତଲା, (ପ୍ରମୋଦ ସେଲମା) : ଶନିବାର ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ ସଇଁତଲା ସହରକୁ ପରିଦର୍ଶନ କରିଛନ୍ତି । ଗତ ସପ୍ତାହେ ହେଲାଣି ଡେଙ୍ଗୁ ରୋଗୀ ଚିହ୍ନଟ ସଂଖ୍ୟା ୨୫ରୁ ବୃଦ୍ଧି ପାଉଥିବା ବେଳେ ଲୋକେ ଭୟଭୀତ ବାତାବରଣ ସୃଷ୍ଟି ଦେଖାଦେଇଛି । ଘଟଣା ଖବର ପାଇଁ ବିଧାୟକ ଶ୍ରୀ ଜୈନ ଅପରାହ୍ନ ୧ଟା ସମୟରେ ସଇଁତଲା ସହରର ଗୋପବନ୍ଧୁ ପଡାକୁ ପହଂଚିଥିଲେ । ସେ ଘର ଘର ବୁଲି ଡେଙ୍ଗୁରେ ପୀଡିତା ପରିବାର ସହିତ ଆଲୋଚନା କରିଥିଲେ । ଏହାପରେ ପଡାର ମହିଳା ଓ ପୁରୁଷମାନେ ବିଧାୟକଙ୍କୁ ପଡାର ବିଭିନ୍ନ ଗଳିକନ୍ଦି ବୁଲାଇ ପରିମଳ ବ୍ୟବସ୍ଥା ଭୁଶୁଡି ପଡ଼ିଥିବା ସମ୍ପର୍କରେ ଦେଖାଇଥିଲେ । ଏପରିକି ମହିଳାମାନେ ଆବାସ ଯୋଜନାରୁ ଆରମ୍ଭ କରି ବିଦ୍ୟୁତ୍‌ ସମସ୍ୟା ସହରର ବିଭିନ୍ନ ପଡାର ରାସ୍ତାଘାଟ, ଡ୍ରେନ୍‌ ଅବସ୍ଥା ଶୋଚନୀୟ ହୋଇପଡିଛି ବୋଲି ବିଧାୟକଙ୍କୁ ଅଭିଯୋଗ କରିଥିଲେ । ଏହା ସହିତ ଗତ କିଛି ଦିନ ତଳେ ପଡାର ଜୈନିକ ଯୁବକଙ୍କ ଅକାଳ ବିୟୋଗରେ ଘଟିଥିବା ବେଳେ ତାଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ । ମୃତ ଯୁବକଙ୍କ ପତ୍ନୀ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଲୋକମାନଙ୍କ ଅଭିଯୋଗକୁ ଆଧାର କରି ସହରର ଡ୍ରେନ୍‌ଗୁଡ଼ିକୁ ସଫା ସୁତୁରା ରଖିବା ସହିତ ଫାଟି ଥିବା ପାଣି ପାଇପ୍‌ ତୁରନ୍ତ ମରାମତି କରିବା ପାଇଁ ବିଡ଼ିଓଙ୍କୁ କହିଥିଲେ । ଏହି ସମୟରେ ଟିଟିଲାଗଡ଼ ଉପ ଜିଲ୍ଲାପାଳ ରୋହନ ଖେତ୍ରୀ, ବିଡ଼ିଓ ବିନୟ ଭୋଇ, ତହସିଲଦାର ଆଶିଷ ଏକ୍କା, ଆଇଆଇସି ସୁଶାନ୍ତ ପ୍ରଧାନ, ମେଡିକାଲ୍‌ ଅଫିସର ସମରେନ୍ଦ୍ର ମହାପାତ୍ର, ପରିମଳ ବିଭାଗ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁଦ୍ରାକ୍ଷ ଥପା, ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ, ପିଏଚ୍‌ଓ ମିନା କୁମାରୀ ତ୍ରିପାଠୀ, ଜିପିଇଓ ସୁଷମା ନାଏକ, ଆଇସିଡିଏସ୍‌ ସୁପରଭାଇଜର୍‌ ଜ୍ଞାନନ୍ଦା ମହାନନ୍ଦଙ୍କ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ । ପରେ ବିଧାୟକ ଶ୍ରୀ ଜୈନ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ ଅଭିମୁଖେ ଯାଇ ଡେଙ୍ଗୁ ରୋଗରେ ପୀଡିତ ଥିବା ୨୧ ଜଣ ରୋଗୀମାନେ ଚିକିତ୍ସିତ ହେଉଥିବା ୱାର୍ଡକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝି ତାଙ୍କ ମଙ୍ଗଳକାମନା କରିଥିଲେ । ଯାହାକୁ ନେଇ ସଇଁତଲା ସହରରେ ଚର୍ଚ୍ଚା ଜୋର ଧରିଛି ।

jittmm
Leave A Reply

Your email address will not be published.