ଉଲବା ଗ୍ରାମବାସୀଙ୍କ ତରଫରୁ ନିଶା ବେପାରୀ ରି‌ଙ୍କୁ ଜୈନର ଗିରଫ ଦାବୀ ଓ ପାଟଣାଗଡ ଅବକାରୀ ଅଧିକାରୀଙ୍କ ବଦଳି ଦାବୀ ନେଇ ଅବକାରୀ ଅଫିସ ଘେରାଉ ସହ ଧାରଣା

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ଭକ୍ତବଂଧୁ ନାଏକ‌ଙ୍କ ନେତୃ‌ତ୍ୱରେ ଉଲବା ଗ୍ରାମବାସୀଙ୍କ ତରଫରୁ ନିଶା ବେପାରୀ ରି‌ଙ୍କୁ ଜୈନର ଗିରଫ ଦାବୀ ଓ ପାଟଣାଗଡ ଅବକାରୀ ଅଧିକାରୀ ବି‌ଶ୍ୱନାଥ ପରିଡା‌ଙ୍କ ବଦଳି ଦାବୀ ନେଇ ଅବକାରୀ ଅଫିସକୁ ଘେରାଉ କରାଯିବା ସହ ଧାରଣା ଦିଆଯାଇଛି ।

ଗତ ୩୦ ତାରିଖରେ ନିଶା ବେପାରୀ ରି‌ଙ୍କୁ ଜୈନ ଉଲବା ଗ୍ରାମରେ କପ ସିରପ ବିକିବା ସମୟରେ ଗ୍ରାମବାସୀଙ୍କ ହାବୁଡ଼ରେ ପଡି କୌଶଳ କ୍ରମେ ସେଠାରୁ ଚମ୍ପଟ ମାରିଥିଲା । ପରେ ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ଅବକାରୀ ବିଭାଗ କପ୍‌ ସିରପ୍‌ ଜବତ କରିଥିଲା । କିନ୍ତୁ ପ୍ରକୃତ ଦୋଷୀକୁ ନ ଧରି ଓ ତା’ ସହିତ ସଲାସୁତୁରା କରି ଏକ ନିରିହ ଲୋକ ନାମରେ କେଶ କରି ଜେଲ୍‌କୁ ପଠାଇ ଦିଆଯାଇଥିବା ଅଭିଯୋଗ କରାଯାଇଛି । ଏହାର ପ୍ରତିବାଦରେରେ ଶତାଧିକ ଲୋକ ଅବକାରୀ ଅଫିସ୍‌କୁ ଦୀର୍ଘ ସମୟ ଧରି ଘେରାଉ କରିଥିଲେ ।

ଶେଷରେ ଆଗାମୀ ସାତ ଦିନ ମଧ୍ୟରେ ମୁଖ୍ୟ ଆସାମୀକୁ ଗିରଫ କରିବାର ଲିଖିତ ପ୍ରତିଶ୍ରୁତି ଅବକାରୀ ଅଧିକାରୀ ଠାରୁ ପାଇଲା ପରେ ଲୋକମାନେ ଘେରାଉରୁ ହଟିଥିଲେ ।

Leave A Reply

Your email address will not be published.