ଘୁଡ଼ଖାପଲା ସରପଞ୍ଚ ଯୁଗେ‌ଶ୍ୱର ଦୀପଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଘୁଡ଼ଖାପଲା ପଞ୍ଚାୟତର ସରପଞ୍ଚ ଯୁଗେ‌ଶ୍ୱର ଦୀପଙ୍କ ମଙ୍ଗଳବାର ସନ୍ଧ୍ୟାରେ ବିଶମକଟକ ସ୍ଥିତ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । କିଛି ଦିନ ହେଲା ସ୍ବାସ୍ଥ୍ୟଗତ କାରଣରୁ ହସପିଟାଲରେ ସେ ଭର୍ତ୍ତି ହୋଇଥିଲେ । ବୁଧବାର ସକାଳେ ନିଜ ଗାଁ ଘୁଡ଼ଖାପଲାରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିଦେଶ ସୃଷ୍ଟି ହୋଇଥିଲା । ସରପଞ୍ଚ ଦୀପଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ଘୁଡ଼ଖାପଲା ତଥା ଦେଓଗାଁ ବ୍ଳକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ୨ ଝିଅ । ଘୁଡ଼ଖାପଲା ସ୍ଥିତ ଭାଟିଶାଳ ନାଳାରେ ଥିବା ଶ୍ମଶାନ ଘାଟରେ ଶେଷକୃତ୍ୟ କରାଯାଇଥିଲା । ପରିବାରର ୪ଜଣ କାକା ହରେରାମ, ଜାଇଁ ମୁକେଶ ନନ୍ଦ, କାକା ପୁଅ ଭାଇ ସଦାଶିବ ଦୀପ ଓ ଭଣଜା ସୁନୀଲ ସୁନା ମିଳିତ ଭାବେ ମୁଖାଗ୍ନୀ ଦେଇଥିଲେ । ଦେଓଗାଁ ବ୍ଲକ ସରପଞ୍ଚ ସଂଘର ସଭାପତି ଦୟାନିଧୀ ଖମାରୀ ସଂଘ ପକ୍ଷରୁ ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.