ପ୍ରେମିକାଙ୍କୁ ଦେଖା କରିବାକୁ ବେଦିରୁ ଉଠି ଚାଲିଗଲା ବର, ଶେଷରେ କନ୍ୟାଙ୍କ ହାତ ଧରିଲେ ଜଣେ ନମନ୍ତ୍ରିତ ଅତିଥୀ

ନୂଆଦିଲ୍ଲୀ : ବିବାହ ପାଇଁ ପ୍ରସ୍ତୁତି ସରିଯାଇଥିଲା ବର ଘର କନିଆଁ ପକ୍ଷ ସମସ୍ତେ ମଣ୍ଡପରେ । କିନ୍ତୁ ବରର ପତ୍ତା ମିଳିଲାନି । ବହୁ ଖୋଜାଖୋଜି ପରେ ଜଣାପଡ଼ିଲା ବର ପ୍ରେମିକାକୁ ସାକ୍ଷାତ କରିବାକୁ ଯାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ଚିକ୍କାମାଙ୍ଗାଲୁରୁରେ । ବେଙ୍ଗାଲୁରୁ ମିରର ରିପୋର୍ଟ ଅନୁସାରେ ଜଣାପଡିଛି ଯେ, ଦୁଇ ଭାଇ ଅଶୋକ ଓ ନବୀନଙ୍କ ବିବାହ ଗୋଟିଏ ମଣ୍ଡପରେ ସ୍ଥିର କରାଯାଇଥିଲା । ମଣ୍ଡପରେ ବାହା ଘର ପାଇଁ ସବୁ କିଛି ଆୟୋଜନ ସରିଥିବା ବେଲେ ହଠାତ ଜାଣିବାକୁ ମିଳିଲା ଯେ ନବୀନ କେଉଁଆଡ଼ ପଳାଇଛନ୍ତି । ବାହା ଘର ରାତିରେ ହେବାକୁ ଥିବା ବେଳେ ନବୀନଙ୍କ ପତ୍ତା ନମିଳିବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଥିଲା । ସେପଟେ ନବୀନଙ୍କ ନିଖୋଜ ପରେ କନିଆଁ ସିନ୍ଧୁଙ୍କ ପରିବାର ଭାଙ୍ଗି ପଡ଼ିଥିଲେ । ସିନ୍ଧୁବି ଚିତ୍କାର କରି କାନ୍ଦୁଥାନ୍ତି । କାରଣ ବାହା ଘର ଅଟକିଯିବା ଭୟ ସମସ୍ତଙ୍କୁ ଥାଏ । ତେଣୁ ପରିବାର ଲୋକେ ତାଙ୍କ ପାଇଁ ଜଣେ ଭଲ ପାତ୍ର ସଙ୍ଗେ ସଙ୍ଗେ ଖୋଜିବାକୁ ସ୍ଥିର କଲେ । ବିବାହରେ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ବରଖୋଜା ବି ଚାଲିଲା । ଭିଡ଼ ଭିତରୁ ବସ୍‌ କଣ୍ଡକ୍ଟର ଚନ୍ଦ୍ରପାଙ୍କୁ ପରିବାର ଲୋକେ ଝିଅର ବର ଭାବେ ବାଛିଥିଲେ । କାଳ ବିଳମ୍ବ ନକରି ଉଭୟ ପରିବାର ସମାନ ସମୟ ଓ ସମାନ ମଣ୍ଡପରେ ସିନ୍ଧୁ ଓ ଚନ୍ଦ୍ରପାଙ୍କ ବିବାହ ସାରିଦେଲେ । ପରେ ନବୀନଙ୍କୁ ବହୁ ଖୋଜାଖୋଜି କରିବା ପରେ ସତ ଜଣାପଡ଼ିଥିଲା । ନବୀନଙ୍କ ବାହା ଘରରେ ଖୁସି ନଥିଲେ ତାଙ୍କ ପ୍ରେମିକା । ବିବାହ ମଣ୍ଡପକୁ ଆସି ହାତ କାଟିବା ସହ ବାହା ଘର ଭଣ୍ଡୁର କରିବାକୁ ନବୀନଙ୍କୁ ତାଙ୍କ ପ୍ରେମିକା ବାରମ୍ବାର ଧମକ ଦେଉଥିଲେ । ତେଣୁ ତାଙ୍କୁ ସାକ୍ଷାତ କରିବାକୁ ବିବାହ ଦିନ ନବୀନ ତୁମାକୁରୁ ଯାଇଥିଲେ ।

Leave A Reply

Your email address will not be published.