ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଷା କୁମାରୀ ଦେଇଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଓ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ଡେଲାଙ୍ଗ ଶିକ୍ଷାମଣ୍ଡଳ ଅଧିନରେ ଥିବା ବିଜେବି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଷା କୁମାରୀ ଦେଇଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ସୋମବାର ବିଦ୍ୟାଳୟ ପରିସରରେ ଭାବ ବିହ୍ଵଳ ପରିବେଷରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପକ୍ଷରୁ ତାଙ୍କୁପାଇଁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷାଅଧିକାରୀ ସଚ୍ଚିଦାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡେଲାଙ୍ଗ ଶିକ୍ଷାଧିକାରୀ ବିନୋଦ ପରମାଣିକ, ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ମଣ୍ଡଳ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ପରିଡା, ନିରଞ୍ଜନ ପାତ୍ର, ଶ୍ୟାମସୁନ୍ଦର ଦାସ, ମଣ୍ଡଳ ସହ ଶିକ୍ଷାଧିକାରୀ ଲକ୍ଷ୍ମଣ ପ୍ରଧାନ, ସୁଷମା ଦାସ, ସିଆର୍‌ସିସି ତପନ କୁମାର ମଲ୍ଲିକ, ଶିକ୍ଷକ ନେତା ନରସିଂହ ହୋତା, ଗୁଣନିଧି ବଳିୟାର ସିଂହ, ପ୍ରଶାନ୍ତ କୁମାର ଦାସ, ଗୁଣନିଧି ସ୍ୱାଇଁ, ପବିତ୍ର ମୋହନ ଜେନା, ରଶ୍ମିତା ଭୁଜବଳ, ମରିୟମ ବିବି, ପ୍ରସନ୍ନ ସାହୁ, ସର୍ବେଶ୍ୱର ଭୁଜବଳ, ସୁରେନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ବିକାଶ ଓ ବିଦାୟକାଳୀନ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଶିକ୍ଷାଦନ ଶୈଳୀ, ସମୟାନୁବର୍ତ୍ତିତା, କର୍ତ୍ତବ୍ୟ ନିଷ୍ଠା, କାର୍ଯ୍ୟ ଦକ୍ଷତା ଉପରେ ବକ୍ତବ୍ୟ ରଖିଥିଲେ । ସିଆର୍‌ସିସି ଦୟାନିଧି ମାର୍ଥା ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିବାବେଳେ ସହକାରୀ ଶିକ୍ଷକ କେଳୁ ଚରଣ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସାକିନା ବେଗମ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପରିଚାଳନା କମିଟି ସଦସ୍ୟ / ସଦସ୍ୟା, ଅଭିଭାବକ, ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଷା କୁମାରୀ ଦେଇଙ୍କୁ ମାନପତ୍ର, ଉପଢୌକନ, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ଅବସର ସମୟ ସୁସ୍ଥ ଓ ନିରାମୟ ହେଉ ବୋଲି କାମନା କରିଥିଲେ । ଶେଷରେ ଶିକ୍ଷକ ସୁରେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.