ପ୍ରତାପପୁର ମୋରମ କାମ ତଦନ୍ତ କଲେ ବରଗଡର ଏପିଡି

ବରଗଡ, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ପ୍ରତାପପୁର ରାସ୍ତାରେ ମୋରମ କାମରେ ମାଟି ପକେଇବା ଏବଂ ଯିବା ଆସିବାରେ ଅସୁବିଧା ହେଉଥିବା ଘଟଣାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ରାସ୍ତା କାମ ତଦନ୍ତ ପାଇଁ ଜିଲ୍ଲାପାଳ ଏପିଡିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏପିଡି ବରଗଡଙ୍କ ସହିତ ଝାରବନ୍ଧ ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା, ଜେଇ ଦେବୀ ଦାସ ରାସ୍ତା କାମର ତଦନ୍ତ ସମୟରେ ଉପସ୍ଥିତ ଥିଲେ । ରାସ୍ତାରେ ପଡ଼ିଥିବା ମାଟିକୁ ଉଠାଇ ମୁରୁମ ପକାଇବାକୁ ଆଦେଶ ଦେଇଥିଲେ ଏପିଡି । ସୂଚନା ଫଳକ କାହିଁକି ଦିଆଯାଇନାହିଁ କେତେ ଟଙ୍କାର କାମ, ବିନା ସୂଚନା ଫଳକରେ ସରକାରୀ କାର୍ଯ୍ୟ କେମିତି ଚାଲିଛି ବୋଲି ଗ୍ରାମବାସୀ ତଦନ୍ତ ଅଧିକାରୀଙ୍କୁ ପଚାରିବାରୁ ବିଭାଗୀୟ ଅଧିକାରୀ ସଠିକ୍‌ ଭାବେ ଜନସାଧାରଣଙ୍କୁ ଉତ୍ତର ଦେଇପାରି ନଥିଲେ । ଠିକ୍‌ ଭାବେ କାମ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.