ଅନ୍ଵେଷା ପକ୍ଷରୁ ୧୦୨ତମ ମାସିକିଆ ମାଗଣା ହାଟ ଏବଂ ସାମୁହିକ ଜନ୍ମଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ଵେଷା ପକ୍ଷରୁ ୧୦୨ତମ ମାସିକିଆ ମାଗଣା ହାଟ ଏବଂ ସାମୁହିକ ଜନ୍ମଦିନ ପାଳନ କରାଯାଇଛି । ଏହି ସମାଜସେବୀ କାର୍ଯ୍ୟକ୍ରମଟି ଅନୁଷ୍ଠାନର ସଭାପତି ଶ୍ରୀମତୀ କଳ୍ପନା ଶତପଥିଙ୍କ ଅଧ୍ୟକ୍ଷତା ଏବଂ ଟ୍ରଷ୍ଟି ଚୟାରମେନ ରାଜେନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିଲା । ସର୍ବ ପ୍ରଥମେ ଅନୁଷ୍ଠାନର କର୍ମକର୍ତ୍ତାମାନେ ବେଦବ୍ୟାସ ସ୍ୱର୍ଗ ଦ୍ଵାର ନିକଟରେ ମାଗଣା ହାଟ ଆୟୋଜନ କରିଥିଲେ ଯେଉଁ ଥିରେ ହରିଶ୍ଚନ୍ଦ୍ର ସେବା ଦେଉଥିବା ବସ୍ତିବାସୀ ମାନଙ୍କୁ ନୂତନ ଶାଢ଼ୀ, ଧୋତି, ଛତା ସହ ଅନ୍ୟାନ୍ୟ ଘରୋଇ ଉପକରଣ ବଣ୍ଟନ କରାଯାଥିଲା । ତା’ ପରେ ସଂସ୍କୃତ ମହାବିଦ୍ୟାଳୟ ଠାରେ ବୃକ୍ଷରୋପଣ କରାଯାଇଥିଲା ଏବଂ ତାହା ପୂର୍ବରୁ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଉମାକାନ୍ତ ପଣ୍ଡା ମନ୍ତ୍ର ଉଚ୍ଚାରଣ କରି ପୂଜା କରିଥିଲେ ଏବଂ ଅନୁଷ୍ଠାନର ଉପଦେଷ୍ଟା ଚନ୍ଦ୍ରଶେଖର ଶତପଥି ସମସ୍ତଙ୍କୁ ପରିବେଶ କିପରି ବଞ୍ଚାଇ ରଖାଯିବ ତାଉପରେ ଆଲୋକପାତ କରିଥିଲେ । ସେଠାରେ ସମୁଦାୟ ଛତିଶଟି ଫଳ ଗଛ ଲଗାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାନପୋଷ ଉପଖଣ୍ଡର ରେଞ୍ଜର ଜ୍ଞାନେନ୍ଦ୍ର ଲିମା ଅତିଥି ରୂପେ ଯୋଗଦାନ ଦେଇଥିଲେ ଏବଂ ଅନୁଷ୍ଠାନର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହା ପରେ ଗୁରୁକୁଳ ବ୍ୟଦିକ ଆଶ୍ରମ ଠାରେ ସେଠାରେ ଥିବା ଅନ୍ତେ ବାସୀଙ୍କ ସହ ସାମୁହିକ ଜନ୍ମଦିନ ପାଳନ କରାଯାଇଥିଲା । ପଣ୍ଡିତ ସୁରେନ୍ଦ୍ର ଉପାଧ୍ୟାୟ ସମାଜର କଲ୍ୟାଣ ନିମନ୍ତେ ଯଜ୍ଞ କରିଥିଲେ ଯେଉଁଥିରେ କି ଅନୁଷ୍ଠାନର ଯେଉଁ ମାନଙ୍କ ଜନ୍ମଦିନ ପାଳନ ହେଉଥିଲା ସେମାନଙ୍କ ସହ ଅନ୍ତେ ବାସୀ ମଧ୍ୟ୍ୟ ଅଂଶଗ୍ରହଣ କରିଥିଲେ । ଏଥି ସହ ଅନୁଷ୍ଠାନର ଟ୍ରଷ୍ଟି ଡ. ପତିତପାବନ ମଣ୍ଡଳଙ୍କ ଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା । ଯଜ୍ଞ ପରେ ପିଲାମାନେ ଛେନାପୋଡ଼ କାଟି ଜନ୍ମଦିନ ପାଳନ କଲେ ଏବଂ ସମସ୍ତେ ମିଶି ପ୍ରସାଦ ସେବନ କରିଥିଲେ, ସବୁ ପିଲା ମାନଙ୍କୁ ଖାତା ଏବଂ ପେନ୍‌ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ସଦସ୍ୟ ମାନଙ୍କ ଭିତରୁ ଅର୍ଚ୍ଚନା ଦେବତା, କଳ୍ପନା ଶତପଥୀ, ପୂଜା ପ୍ରସାଦ, ଦିବାକର ଦାସ, ସତ୍ୟମ ମୋଦକ, ବିଜୟଲଷ୍ମୀ ତ୍ରିପାଠୀ, ତାନାଭି, ଶୁଭଶ୍ରୀ ସ୍ୱାଇଁ, ଅନିବିକା ନାୟକ ଏବଂ ସୁମନ ସାହୁ ନିଜ ନିଜର ଜନ୍ମଦିନ ପାଳନ କରିଥିଲେ । ଅନ୍ୟ ଅତିଥି ମଧ୍ୟରେ ସମାଜ ସେବୀ ବିଭୁତି ଭୂଷଣ ପୁହାଣ ନିଜ ଧର୍ମ ପତ୍ନୀ ରୋଜାଲିନ ଜେନାଙ୍କ ସହ ଯୋଗ ଦେଇଥିଲେ । ବ୍ୟଦିକ ଆଶ୍ରମର ଟ୍ରଷ୍ଟି ଅଶୋକ ଅଗ୍ରୱାଲ ଅନୁଷ୍ଠାନର ଏହି ଭଳି କାର୍ଯ୍ୟକ୍ରମ ସମାଜ ପାଇଁ ଏକ ଉଦାହରଣ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋଲାପ ଚନ୍ଦ୍ର କୋଶିକ, ରଶ୍ମିତା ପଣ୍ଡା, ରୋବେର୍ଟ ହାଇହିଲ, ମଞ୍ଜୁବାଳା ପାଢ଼ୀ, ତରୁଲତା ସାମଲ, ଉପେନ୍ଦ୍ର ବସ୍ତିଆ, ରାମଚନ୍ଦ୍ର ଜେନା, ସଂଜୀବ ନାୟକ, ପ୍ରକାଶ ରାଓ, ଇ ଚାତନ୍ୟ, ରଞ୍ଜନ ସାହୁ ଏବଂ ରବୀନ୍ଦ୍ର ଉପସ୍ଥିତ ଥିଲେ । ଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ଦିବାକର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.