csstore

ଭରସୂଜା ଛେଲିଆପାଟ ହାଇସ୍କୁଲରେ ଯୋଗ ଦିବସ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଛେଲିଆପାଟ ନୋଡାଲ ହାଇସ୍କୁଲ ଠାରେ ଦଶମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ପତଞ୍ଜଳି ଯୋଗ ପୀଠ ହରିଦ୍ୱାରରୁ ପ୍ରଶିକ୍ଷିତ ଯୋଗ ଶିକ୍ଷକ ଆନନ୍ଦ କୁମାର ସାହୁ ଛାତ୍ରଛାତ୍ରୀଙ୍କୁ ଭସ୍ତ୍ରିକା, ଅନୁଲୋମ ବିଲୋମ, କପାଳ ଭାତି, ଉଜ୍ଜାୟୀ, ଭ୍ରାମରି ଓ ଉଦ୍ଗିଥ ପ୍ରାଣାୟମ ସହ ମଣ୍ଡୁକ ଆସନ, ଶଶକାସନ, ସେତୁବନ୍ଧାଶନ, ତାଡାସନ ଓ ସୂର୍ଯ୍ୟ ନମସ୍କାର ଆଦି ଆସନ ଗୁଡ଼ିକ ଶିକ୍ଷା ଦେଇ ସେଗୁଡ଼ିକର ଉପକାରିତା ସମ୍ବନ୍ଧରେ ବୁଝାଇଥିଲେ । ବିଦ୍ୟାଳୟର ଭରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁସ୍ମିତା ପତି କାର୍ଯ୍ୟକ୍ରମକୁ ତତ୍ତ୍ଵାବଧାନ କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ସୁଜାତା ସାହୁ, ଲୋଚନା ସାହୁ, ଲୁଭାସିନି ଭୋଇ, ସ୍ନିଗ୍ଧାରାଣୀ ସାହୁ, ନିତୁ ଭୋଇ, ମିନାକ୍ଷୀ ପଧାନ ତଥା ଶିକ୍ଷକ ଦିଗାମ୍ବର ସାହୁ, ମୁକେଶ ଚୌହାନ, ସୁରେଶ ତାଣ୍ଡି, ବିଦ୍ୟାପତି ମିଶ୍ର, ସୋମେଶ୍ୱର ପଧାନ, ଆଲୋକ ଯୋଶୀ ପ୍ରମୁଖ ଶାନ୍ତିଶୃଙ୍ଖଳା ଓ ସହଯୋଗ କରିଥଲେ ।

jayashree
Leave A Reply

Your email address will not be published.