csstore

ଗଞ୍ଜାମ ସହରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସାରା ବିଶ୍ୱରେ ଜୁନ ୨୧ ତାରିଖକୁ ଯୋଗ ଦିବସ ରୂପେ ପାଳନ ହେଉଥିବା ବେଳେ ଗଞ୍ଜାମ ସହର ଗ୍ରାସୀମି ଇଣ୍ଡଷ୍ଟ୍ରି ନିକଟ ସ୍ଥିତ ଇଣ୍ଡୋର ଷ୍ଟାଡିଅମ୍‌ ଠାରେ ଶୁକ୍ରବାର ଯୋଗ ଦିବସ ପାଳନ ହୋଇଥିଲା । ଗଞ୍ଜାମ ବିଡ଼ିଓ ବସନ୍ତ ମଲିକ, ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ, ସହକାରୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା, କନିଷ୍ଠ ଯନ୍ତ୍ରୀ ମାନସରଞ୍ଜନ ପଣ୍ଡା, ଦୀପ୍ତି ରଞ୍ଜନ ପୃଷ୍ଟି, ସିଏମ୍‌ଏମ୍‌ ଭାଗ୍ୟଶ୍ରୀ ନାୟକ, ଗଞ୍ଜାମ ବ୍ଲକର ମାନ୍ୟଗଣ୍ୟ ବେକ୍ତି ପ୍ରମୁଖ ଉପସ୍ଥିତ ଥିଲେ । କାମଧେନୁ ସେବା ସମିତି ସମ୍ପାଦକ ଟୁନା ମହାରଣା ଉପସ୍ଥିତ ଏସ୍‌ଏଚ୍‌ଜି, ଅଙ୍ଗନୱାଡି କର୍ମୀ, ବ୍ଲକ, ତହସିଲ, ଏନ୍‌ଏସି କର୍ମଚାରୀ ମାନଙ୍କୁ ଯୋଗାଭ୍ୟାସ କରାଇଥିଲେ । ଯୋଗ ଦ୍ୱରା ନିରୋଗ ହେଇଥାନ୍ତି ତଥା ଉତ୍ତମ ଶରୀର ଗଠନ ନିମନ୍ତେ ଯୋଗ ହେଉଛି ମାଧ୍ୟମ ଏବଂ ଯୋଗାଭ୍ୟାସ ହିଁ ପ୍ରକୃତ ଔଷଧ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

jayashree
Leave A Reply

Your email address will not be published.