oom

ବାସନ୍ତୀ ପାଠାଗାରରେ ଆନ୍ତର୍ଜାତୀକ ଯୋଗ ଦିବସ ପାଳନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରରେ ଆନ୍ତର୍ଜାତୀକ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ତଥା ଯୋଗଗୁରୁ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ଵ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଡ. ଶକ୍ତି ପ୍ରସାଦ ସାମନ୍ତରାୟ ମୁଖ୍ୟ ଅତିଥି ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୋର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥି ଦ୍ୱୟ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଯୋଗ ମାନସିକ ସନ୍ତୁଳନ ସହ ମାନବୀୟ ଗୁଣକୁ ବିକଶିତ କରାଇଥାଏ । ଏହାସହ ଶାରିରୀକ, ମାନସିକ, ବୌଦ୍ଧିକ ଓ ଆଧ୍ୟାତ୍ମିକ ଭାବ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିଥାଏ । ନିରୋଗ ଓ ସୁସ୍ଥ ଜୀବନ ଅତିବାହିତ କରିବା ପାଇଁ ଯୋଗର ଆବଶ୍ୟକତା ରହିଛି । ଏହି ଅବସରରେ ଯୋଗଗୁରୁ ଆଚାର୍ଯ୍ୟ ବୃକ୍ଷାଶନ, ଭଦ୍ରାସନ, ବ୍ରଜାସନ , ଅର୍ଦ୍ଧଉଷ୍ଟ୍ର ଆସନ ସମେତ ବହୁ ଆସନର ଉପକାରିତା ସଂପର୍କରେ ଆଲୋଚନା କରିବା ସହ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁବାସିନୀ ସାହୁ, କବିତା ଦାଶ, ପ୍ରିୟା ପାତ୍ର, ସୌଦାମିନୀ ମିଶ୍ର, ବିଭୁଦତ୍ତ ବେହେରା, କିଶୋରୀ ମୋହନ କର, ସୁମିତା ସ୍ୱାଇଁ, ମଞ୍ଜୁ ନନ୍ଦ, କମଳା ଆଚାର୍ଯ୍ୟ, ଭୁନୁଲତା ଘଡେ଼ଇ, ଗୀତାଞ୍ଜଳି ମହାରଣା, ରବିନ୍ଦ୍ର ଠାକୁର, ସଞ୍ଜୁକ୍ତା ଦାସ, ହରପ୍ରିୟା ପାଢ଼ୀ, ସୁପ୍ରିୟା ଜେନା, ଗୌରବ ଅଗ୍ରୱାଲ, ବିଷ୍ଣୁ ଚରଣ ସାହୁ, ପୁଷ୍ପାଙ୍କ ସମେତ ବହୁ ବ୍ୟକ୍ତି ବିଶେଷ ଯୋଗଦେଇ ଯୋଗଶିକ୍ଷା ଲାଭ କରିଥିଲେ । ଏହି ଅବସରରେ ସଦସ୍ୟ ବିଷ୍ଣୁ ଚରଣ ସାହୁଙ୍କ ଜନ୍ମତିଥି ହୋଇଥିବାରୁ, ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା ।

jittmm
Leave A Reply

Your email address will not be published.