csstore

ଟିଟିଲାଗଡରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସାରା ବିଶ୍ୱରେ ଜୁନ ୨୧ ତାରିଖକୁ ଅନ୍ତର୍ଦେଶୀୟ ଯୋଗ ଦିବସ ରୂପେ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ଓ ପ୍ରଶାସନର ମିଳିତ ଆନୁକୁଲ୍ୟରେ ସକାଳ ୬ଟା ସମୟରେ ବିଶ୍ଵ ଯୋଗ ଦିବସ ପାଳନ ଉପଲକ୍ଷେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ବ୍ଲକ ଉନ୍ନୟନ ଅଧିକାରୀ ସୁଶାନ୍ତ ରଣା, ଲାୟନ୍ସ କ୍ଳବ୍ ସଭାପତି ସନ୍ତୋଷ ମହାନ୍ତି, ଯୋଗ ଗୁରୁ ସୁନିଲ ପଣ୍ଡା, ତହସିଲଦାର ଶୁଭାଶିଷ ଶତପଥୀ, ସହାୟକ ଜିଲ୍ଲାପାଳ ସନ୍ଦୀପ କୁମାର ଚନ୍ଦ୍ରକା, ଭଉଣୀ ବିକେ ୟୋଗେଶ୍ୱରି, ଗଙ୍ଗାଧର ଶର୍ମା ଅତିଥି ଭାବେ ଯୋଗଦେଇ ପ୍ରଥମେ ଦୀପ ପ୍ରଜ୍ୱଳନ କରିବା ପରେ ଯୋଗ ଶିବିର ଆରମ୍ଭ ହୋଇଥିଲା । ଏହି ଶିବିରରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଭାରତ ବିକାଶ ପରିଷଦ, ଅଖିଳ ଭାରତୀୟ ମହିଳା ମଣ୍ଡଳ, ଅଙ୍ଗନୱାଡ଼ି, ଆଶାକର୍ମୀ, ଓଡ଼ିଶା ପ୍ରାନ୍ତୀୟ ମାରୱାଡି ଯୁବ ମଞ୍ଚ, ରୋଟାରୀ କ୍ଲବ, ବ୍ରହ୍ମକୁମାରୀ ଓ ସହରର ବିଭିନ୍ନ ଅନୁଷ୍ଠାନ, ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷମାନେ ଉପସ୍ଥିତ ରହି ଯୋଗ କରିଥିଲେ । ଯୋଗ ଶିଖାଇଥିଲେ ଯୋଗ ଗୁରୁ ସୁନିଲ ପଣ୍ଡା । ଶିବିରକୁ ପରିଚାଳନା କରିବାରେ ସମ୍ପାଦକ ଅଜିତ ଚାନ୍ଦ ପାତ୍ର, ରିଜିଓନାଲ ଚେୟାର ପର୍ସନ ଦୀପକ ପୃଷ୍ଟି, ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ଲାୟନ ଆବାସ ଖାଁ, ନରେନ୍ଦ୍ର ଅଗ୍ରୱାଲ, କୋଷାଧ୍ୟକ୍ଷ ସଜ୍ଜନ କମାନିଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.