ସ୍ୱଯତ୍ନ ଶିବିର ଅନୁଷ୍ଠିତ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : ଲେପ୍ରା ସୋସାଇଟି ଏବଂ ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ସହଯୋଗରେ, ବଡ଼ଗାଁ ସ୍କୁଲ ପରିସରରେ ୨୦ ଜଣ ଫାଇଲେରିଆ(ଗୋଦର ଗୋଡ)ରେ ଆକ୍ରାନ୍ତଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ନେଇ ଏକ ସ୍ୱଯତ୍ନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗୋଦର ଗୋଡ଼ର କିପରି ସ୍ୱଯତ୍ନ କରିବେ ସେଇ ବିଷୟରେ ଲେପ୍ରା ସୋସାଇଟିର କର୍ମୀ ସୁକୁମତୀ ହେମ୍ବ୍ରମ, ଆମ୍ବୁବତୀ ଦଳାଇ, ରବୀନ୍ଦ୍ର କୁମାର ଦାସ ସ୍ୱଯତ୍ନ ବିଷୟରେ ଶିକ୍ଷା ଦେଇଥିଲେ । ଏହି ଶିବିରରେ ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ଛବିରାଣୀ ନାୟକ, ବିଏନ୍‌ଏଲ୍‌ଡବ୍ଲୁ ଲିଟା ହେମ୍ବ୍ରମ, ସିଏଚ୍‌ଓ ପ୍ରମୁଖ ଉପସ୍ଥିତ ରହି ମାଗଣାରେ ଏମ୍ଆ୍‌ସିର୍‌ ଚପଲ, କିଟ୍ସ ବଣ୍ଟନ କରିଥିଲେ ଏବଂ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ ସ୍ୱଯତ୍ନ କରାଇ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସ୍ୱଯତ୍ନ ଶିକ୍ଷା ଦେବାରେ ସହାୟତା କରିଥିଲେ । ଏହି ସ୍ୱଯତ୍ନ ଶିବିରରେ ଏମ୍‌ସିଆର୍‌ ଗଉଜ ଚପଲ, ସ୍ୱଯତ୍ନ କିଟ୍ସ ମାଗଣାରେ ବଣ୍ଟନ କରିବା ସହିତ ଲେପ୍ରା ସୋସାଇଟିର କର୍ମୀଙ୍କ ଦ୍ୱାରା ଚପଲ ମାପ ନିଆ ଯାଇଥିଲା । ଶେଷରେ ଲେପ୍ରା ସୋସାଇଟିର ପ୍ରୋଜେକ୍ଟ ଆସୋସିଏଟ୍‌ ପ୍ରହଲ୍ଲାଦ ମଙ୍ଗରାଜ ଉପସ୍ଥିତ ରହି ଫାଇଲେରିଆର ଲକ୍ଷଣ, କାରଣ ଓ ଚିକିତ୍ସା ଉପରେ ସଚେତନ କରାଇ ଭିନ୍ନକ୍ଷମ ବ୍ୟକ୍ତିମାନେ ନିଜ ଘରେ ରହି କିପରି ସ୍ୱଯତ୍ନ କରିପାରିବେ ସେ ବିଷୟରେ ବୁଝାଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସ୍ୱଯତ୍ନ ଶିବିରକୁ ସଫଳ ରୂପାୟନ କରିଥିଲେ ।

jittmm
Leave A Reply

Your email address will not be published.