csstore

ସଇଁତଲାରେ କାର୍ଯ୍ୟରତ ସାମ୍ବାଦିକ ସଂଘ ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ବିବେକାନନ୍ଦ ପାଠାଗାର ଠାରେ ସଇଁତଲା କାର୍ଯ୍ୟରତ ସାମ୍ବାଦିକ ସଂଘ ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା । ଉକ୍ତ ଶିବିରରେ ମୁଖ୍ୟଅତିଥି ଭାବେ ସଇଁତଲା ଆଇଆଇସି ସୁଶାନ୍ତ ପ୍ରଧାନ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, କେନ୍ଧୁଲିପ ରେଞ୍ଜର ଭାସ୍କର ପାଣିଗ୍ରାହୀ, ସଂଘର ମୁଖ୍ୟ ପରାମର୍ଶଦାତା ତଥା ଓଜେୟୁର ଜିଲ୍ଲା ସଭାପତି ପ୍ରମୋଦ ସେଲମା, କରମତଲା ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ ବାଗ, କନ୍ଦକେଲଗାଁ ସରପଞ୍ଚଙ୍କ ପ୍ରତିନିଧି ତପେଶ୍ଵର ସାହୁ ପ୍ରମୁଖ ଯୋଗଦାନ କରି ଚକ୍ଷୁ ଶିବିର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ କାର୍ଯ୍ୟରତ ସାମ୍ବାଦିକ ସଂଘ କାର୍ଯ୍ୟକଳାପ ମଧ୍ୟ ଉଚ୍ଚକୋଟି ପଦକ୍ଷେପ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଶିବିରରେ ବଲାଙ୍ଗିର ତ୍ରିଲୋଚନ ନେତ୍ରାଳୟର ତତ୍ତ୍ୱବଧାନ ଆୟୋଜିତ ଶିବିରରେ ଡାକ୍ତର ବ୍ୟାସଦେବ ବେହେରା, ଟଙ୍କଧର କହ୍ନେଇ, ଆଲୋକ ସାହୁ, ରୋବିଲା ଛନ୍ଦ, ସୁମିତି ସୁନା ଓ ଉଷା ପ୍ରଧାନଙ୍କ ସମେତ ଟେକ୍ନିସିଆନ୍‌ କର୍ମଚାରୀମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଂଘ ସଭାପତି ନାରାୟଣ ସାହୁ ପରିଚାଳନା କରିଥିବା ବେଳେ ସାମ୍ବାଦିକ ଅଜିତ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଶିବିରରେ ସାମ୍ବାଦିକ ରୁଦ୍ରଧର ଦଣ୍ଡସେନା, ଚନ୍ଦ୍ରଭାନୁ ପ୍ରଧାନ, ଲକ୍ଷ୍ମୀଧର ସାହୁ, ରଞ୍ଜନ ବାଗ, ସୁଶାନ୍ତ ମେହେର, ଅଶ୍ୱିନୀ ସାହୁ, ରାମନାରାୟଣ ବାଗ ପ୍ରମୁଖ ସାମିଲ ହୋଇଥିଲେ । ଉକ୍ତ ଶିବିରରେ ୧୭୪ ଜଣ ରୋଗୀ ପଞ୍ଜିକରଣ କରିଥିବା ବେଳେ ୪୫ ରୋଗୀଙ୍କୁ ଅପରେସନ ପାଇଁ ବଲାଙ୍ଗିର ନେତ୍ରାଲୟକୁ ନିଆଯାଇଥିଲା ।

jayashree
Leave A Reply

Your email address will not be published.