ଏଣିକି ଏଟିଏମ୍‌ରେ ବାହାରିବ ଚାଉଳ

ଭୁବନେଶ୍ୱର : ଏଣିକି ଏଟିଏମ୍‌ରେ ବାହାରିବ ଚାଉଳ । ଭୁବନେଶ୍ୱରରେ ଖୋଲିବ ଚାଉଳ ଏଟିଏମ୍‌ । ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଖୋଲିବ ଏହି ଚାଉଳ ଏଟିଏମ୍‌ । ହିତାଧିକାରୀଙ୍କୁ କାର୍ଡ ଦିଆଯିବ, ସେମାନେ ଚାଉଳ ଉଠାଇବେ । ମେସିନ୍‌ରେ କାର୍ଡ ଗଳାଇଲେ ବାହାରିବ ଚାଉଳ । ଆଗାମୀ ସପ୍ତାହକ ମଧ୍ୟରେ ଭୁବନେଶ୍ୱରରେ ଆରମ୍ଭ କରାଯିବ । ପରେ ରାଜ୍ୟର ସବୁ ଜିଲ୍ଲାରେ ଖୋଲାଯିବ ଚାଉଳ ଏଟିଏମ୍‌ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.