ହାଇୱା ଓ ବାଇକ୍‌ ମୁହାଁମୁହିିଁ ଧକ୍କା : ଜଣେ ମୃତ, ଦୁଇ ଆହତ

କୋରାପୁଟ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ସଦର ମିନିଷ୍ଟାଡିୟମ୍‌ ନିକଟସ୍ଥ ୩୨୬ ନମ୍ବର ଜାତୀୟ ରାଜପଥରେ ହାଇୱା ଓ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି । ଏଥିରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ବାଇକ୍‌ରେ ବସି ଥିବା ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ପ୍ରଥମେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ଜିଲ୍ଲା ମେଡିକାଲ୍‌ କଲେଜକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଆହତ ଦୁହେଁ ହେଲେ ପାଣ୍ଡକାପଦର ଗ୍ରାମର ସନ୍ତୋଷ ୱାଡେକା ଓ କୁଟିଙ୍ଗ୍ ଗୁଡ଼ା ଗ୍ରାମର ମଙ୍ଗରାଜ ମାଣ୍ଡିଙ୍ଗା ବୋଲି ଜଣାପଡିଛିଫ

Leave A Reply

Your email address will not be published.