oom

ଜୁନ ୨୧ରେ ଦଶମ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପତଞ୍ଜଳି ଯୋଗପୀଠର ତତ୍ତ୍ୱାବଧାନରେ ଆସନ୍ତା୨୧ ଜୁନ ୨୦୨୪ ତାରିଖ ଦିନ ଦଶମ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ବଲାଙ୍ଗିର ସରକାରୀ ଆଇଟିଆଇ ପଡିଆ, ଲର୍କିପାଲି ଠାରେ ସ୍ୱୟଂ ଓ ସମାଜ ପାଇଁ ଯୋଗ ଶୀର୍ଷକରେ ଅନୁଷ୍ଠିତ ହେବ ଯୋଗ ମହୋତ୍ସବ । ସକାଳ ୫ଟା ରୁ ୭ଟା ପର୍ଯ୍ୟନ୍ତ ଏହି ଯୋଗ ମହୋତ୍ସବରେ ଜିଲ୍ଲାର ଆବାଳ ବୃଦ୍ଧବନିତା ଯୋଗଦେଇ ଯୋଗ ଦିବସର ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ପତଞ୍ଜଳି ଯୋଗ ସମିତି ବଲାଙ୍ଗିର ଶାଖା ତରଫରୁ ଆଶୁତୋଷ ମିଶ୍ର । ପତଞ୍ଜଳି ଯୋଗ ସମିତି, ଭାରତ ସ୍ୱାଭିମାନ ମଂଚ, ପତଞ୍ଜଳି ଯୋଗ ସମିତି ମହିଳା ଶାଖା, କୃଷକ ସେବା ସମିତି, ଯୁବ ଭାରତ ତରଫରୁ ଆୟୋଜିତ ହେବାକୁ ଥିବା ଏହି ଯୋଗ ମହୋତ୍ସବ ସଂପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗିର ପତଞ୍ଜଳି ଯୋଗ ସମିତିର କାର୍ଯ୍ୟକାରୀ ସଭାପତି ଆଶୁତୋଷ ମିଶ୍ର । ଏଥିରେ ସଭାପତି ଆଶୁତୋଷ ମିଶ୍ର, ବଲାଙ୍ଗୀର ଜିଲ୍ଲା ପ୍ରଭାରୀ ଅଶୋକ ଅଗ୍ରୱାଲ, ଭାରତ ସ୍ୱାଭିମାନ ମଂଚର ଜିଲ୍ଲାପ୍ରଭାରୀ ରଘୁନାଥ ଷଢଙ୍ଗୀ, ପତଞ୍ଜଳି ଯୋଗ ସମିତି ରାଜ୍ୟ ପ୍ରଭାରୀ ରାଧାମାଧବ ବହିଦାର, ପତଞ୍ଜଳି ମହିଳା ଶାଖା ପ୍ରଭାରୀ ସୁଜାତା ଦିଶ୍ରୀ, ଶାନ୍ତିପଡା ଯୋଗ କକ୍ଷର ପ୍ରଦୀପ ଖମାରୀ, ଦିଲ୍ଲୀପ ପାତ୍ର, ସାରଥି ପଟେଲ, ଯୁବ ଭାରତର ସଭାପତି ଜ୍ୟୋତିପ୍ରକାଶ ସାହୁ ପ୍ରମୁଖ ମଂଚାସୀନ ଥିଲେ । ପାଖାପାଖି ଦୁଇହଜାର ଲୋକ ଏହି ଯୋଗ ଦିବସରେ ଅଂଶଗ୍ରହଣ କରିବାର ଯୋଜନା ରହିଛି ବୋଲି ସୂଚନା ଦିଆଯାଇଥିଲା ।

jittmm
Leave A Reply

Your email address will not be published.