oom

ନିଷାନ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆମର୍ ପରବ୍ ଶୀତଲ୍ ଷଷ୍ଠୀ ଓ ପିତୃ ଦିବସ ପାଳିତ

jsmm

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଗତ ରବିବାର ଅପରାହ୍ନ ପାଞ୍ଚଟା ସମୟରେ ଆମର୍ ପରବ୍ ଶୀତଲ୍ ଷଷ୍ଠୀ ଓ ପିତୃ ଦିବସ ଶୀର୍ଷକ ଏକାଦଶ ଅଠାରି କବିତା ଆସର୍ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସଂସଦର ସଭାପତି ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂପାଦକ ଆଶୁକବି ହେମନ୍ତ ଦାସ ସଭା ସଞ୍ଚାଳନ କରିଥିଲେ । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ତଥା ସଂଗଠକ ଅଭିନବ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୀତଳଷଷ୍ଠୀ ପର୍ବର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବୟିତ୍ରୀ ତଥା ଶିକ୍ଷାବିତ୍‌ ଶ୍ରୀମତୀ କସ୍ତୁରୀ ରଥ ଯୋଗଦେଇ ପିତୃ ଦିବସର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶିଷ୍ଟ କବି ଓ ଫଲଶାଫୁଲ୍‌ର ସଂପାଦକ ପ୍ରଭାତ କୁମାର ଖମାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆମର୍ ପରବ୍, ଆମର୍ ଗରବ୍ ଶୀତଳ ଷଷ୍ଠୀ ବୋଲି ଅଭିହିତ କରିଥିଲେ । ସଭାରେ ଉପସ୍ଥିତ ଶ୍ରୀ ପଟ୍ଟନାୟକ, ଶ୍ରୀମତୀ ରଥ ଓ ଶ୍ରୀ ଖମାରୀ ସାହିତ୍ୟ ମାଧ୍ୟମରେ ମାଁ, ମାତୃଭୂମି ଓ ମାତୃଭାଷାର ଉନ୍ନତି କଳ୍ପେ ସମାଜକୁ ସୁଧୁରେଇବା ପାଇଁ ନିଷାନ୍‌ର ଏଭଳି ଅଭିନବ ଉପାୟକୁ ଭୂୟସୀ ପ୍ରଶଂସା କରିଥିଲେ । ସଭା ପ୍ରାରମ୍ଭରେ କଣ୍ଠଶିଳ୍ପୀ ସତ୍ୟ ନାରାୟଣ ମିଶ୍ର ଆବାହନୀ ସଂଗୀତ ପରିବେଷଣ କରିଥିବା ବେଳେ ସଭା ଶେଷରେ ବରିଷ୍ଠ କବୟିତ୍ରୀ କନକଲତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ନିଷାନ୍‌ର ମୁଖ୍ୟ ଉପଦେଷ୍ଟା ସୋମନାଥ ମିଶ୍ର ଓ ଗୋପିକୃଷ୍ଣ ପଣ୍ଡିଆ ସଭା ପରିଚାଳନାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ସଂଯୋଜିକା ତପସ୍ଵିନୀ ପଟ୍ଟନାୟକଙ୍କ ସୁନ୍ଦର ସଂଯୋଜନାରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ କୋଶଳାଞ୍ଚଳର ଶତାଧିକ କବି କବୟିତ୍ରୀ ଅଂଶଗ୍ରହଣ କରି ସ୍ଵରଚିତ କବିତା ପାଠ କରିଥିଲେ । ବୈରାଗୀ ସାହୁ, ଗୋପିକୃଷ୍ଣ ପଣ୍ଡିଆ, ସତ୍ୟନାରାୟଣ ମିଶ୍ର, ସୋମନାଥ ମିଶ୍ର, ଶ୍ୟାମସୁନ୍ଦର ପ୍ରଧାନ, ଆଶୁକବି ହେମନ୍ତ ଦାସ, ବ୍ୟଙ୍ଗକବି ଭରତ ନାଏକ, ଆଶୁତୋଷ ଠାକୁର, ପ୍ରସନ୍ନ କୁମାର ହୋତା, ପ୍ରସନ୍ନ ପ୍ରୟାସ ଭୋଇ, ରମଣୀ ରଞ୍ଜନ ବିଶ୍ୱାଲ, ପୂର୍ଣ୍ଣଚନ୍ଦ୍ର ଭୋଇ, ସରୋଜ କୁମାର ଆଚାର୍ଯ୍ୟ, ଶୁଭେନ୍ଦୁ ପ୍ରସାଦ ଷାଣ୍ଡ, ରୋସନ କୁମାର ସାହୁ, ଚମ୍ପିୟାନ ଦାନୀ, କବୟିତ୍ରୀ ସାବିତ୍ରୀ ସାହୁ, ବବିତା ନାୟକ, କବିତା ମିଶ୍ର, ଟିଲି ମଲ୍ଲିକ, ତୃପ୍ତିମୟୀ ତ୍ରିପାଠୀ, ରଶ୍ମି ପାତ୍ର ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ ।

jittmm
Leave A Reply

Your email address will not be published.