oom

ନବନିର୍ବାଚିତ ସାଂସଦଙ୍କ ପାଇଁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବରଗଡ଼ର ନବନିର୍ବାଚିତ ସାଂସଦ ପ୍ରଦୀପ ପୁରୋହିତଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଦ୍ମପୁର, ପାଇକମାଲ, ଝାରବନ୍ଧ ଓ ଗାଇସିଲାଟ ବ୍ଲକରରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ତଥା ଏହାର ବିବିଧ କ୍ଷେତ୍ର ସହ ଜଡ଼ିତ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ । ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଭାରତ ବିକାଶ ପରିଷଦ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବିଜ୍ଞାନ ଭାରତୀ ତଥା ଚେତନା ପରିଷଦର ସଦସ୍ୟ ମାନେ ଏଥିରେ ଯୋଗଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ବରଗଡ଼ ସାଂସଦ ଶ୍ରୀ ପୁରୋହିତଙ୍କ ସହ ବିଦ୍ୱତ ପରିଷଦର ପୂର୍ବ କ୍ଷେତ୍ର ପ୍ରମୁଖ ବାଞ୍ଛାନିଧି ପଣ୍ଡା, ବିଶ୍ୱ ହିନ୍ଦୁ ପରିଷଦର ପଶ୍ଚିମ ପ୍ରାନ୍ତ ସମ୍ପାଦକ ଭକ୍ତଚରଣ ସାହୁ, ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଜିଲ୍ଲା ସଙ୍ଘଚାଳକ ରୋହିତ କୁମାର ମେହେର, ଜିଲ୍ଲା କାର୍ଯ୍ୟବାହ ତାରାଚାନ୍ଦ କଣ୍ଟା, ଭାରତ ବିକାଶ ପରିଷଦର ପଦ୍ମପୁର ଶାଖା ସଭାପତି ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ଶିକ୍ଷା ବିକାଶ ସମିତିର ସଂକୁଳ ପ୍ରମୁଖ ଦ୍ୱାଦଶ ପ୍ରଧାନ, ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ପୃଥ୍ୱୀରାଜ ସାହୁ, ବରିଷ୍ଠ ସ୍ୱୟଂସେବକ ଜୟନାରାୟଣ ତ୍ରିପାଠୀ ତଥା ବଜରଙ୍ଗ ଦଳର ଉପଦେଷ୍ଟା ସୁରେଶ ରାମଚନ୍ଦାନି ପ୍ରମୁଖ ମଞ୍ଚାସୀନ ଥିବାବେଳେ ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ, ସମ୍ପାଦକ ଜନକଲାଲ ମେହେର, ଗୋପାଳ କୃଷ୍ଣ ମିଶ୍ର, ଆଶିଷ କୁମାର ମିଶ୍ର ଓ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା ଉପସ୍ଥିତ ଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସହ ଜିଲ୍ଲା ପ୍ରଚାର ରୀତେଶ ରଞ୍ଜନ ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ଶ୍ରୀ ପୁରୋହିତ ନିଜ ଲୋକସଭା କ୍ଷେତ୍ରର ଅଧିକରୁ ଅଧିକ ଉନ୍ନତି ପାଇଁ ସର୍ବଦା ଚେଷ୍ଟିତ ରହିବି ବୋଲି କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କରିଥିଲେ ।

jittmm
Leave A Reply

Your email address will not be published.