csstore

ପ୍ରବାସୀ ଦାଦନ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ

ଜୟପାଟଣା, (ଶେଷଦେବ ବେହେରା) : ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଥିବା ଜଣେ ଦାଦନ ଶ୍ରମିକଙ୍କ ସଡକ ଦୁର୍ଘଟଣାରେ ଗତ ଶନିବାର ଦିନ ପୂର୍ବାହ୍ନରେ ମୃତ୍ୟୁ ବରଣ କରିଥିବା ଶ୍ରମିକଙ୍କ ଶବ ଆଜି ପୂର୍ବାହ୍ନରେ ଜନ୍ମମାଟିକୁ ଫେରିଥିବା ସୂଚନା ମିଳିଛି । ସୂଚନାରୁ ପ୍ରକାଶ ଯେ, ଜୟପାଟଣା ବ୍ଲକ ଅନ୍ତର୍ଗତ ଅଁଳାଭଟା ପଞ୍ଚାୟତ ମହକୁମାର ମଦନ ଛତ୍ରିଆ(୫୫) ଚାରି ମାସ ତଳେ ହାତରେ କାମ ନଥିବାରୁ ପତ୍ନୀ ସୂର୍ଯ୍ୟମଣି ଛତ୍ରିଆଙ୍କୁ ଘରେ ଛାଡ଼ି କର୍ମ ସଂସ୍ଥାନ ପାଇଁ ହାଇଦ୍ରାବାଦ ଯାଇ ସେଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବରେ କାମ କରୁଥିଲେ । ଚାରି ମାସ ଧରି କାମ କରି ସାରିଥିବା ମଦନ ଗତ ଶନିବାର ଦିନ ସକାଳୁ କାମରେ ଯୋଗ ଦେବାପାଇଁ ବାହାରି ଥିବାବେଳେ ଗାଡି ଧକ୍କାରେ ତାଙ୍କ ପ୍ରାଣ ଚାଲିଯାଇଥିଲା । ସୋମବାର ସକାଳୁ ମୃତ ଶରୀର ଗାଁରେ ଏକ ଆମ୍ବୁଲାନ୍ସ ଯୋଗେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଆନ୍ତେଷ୍ଟି କ୍ରିୟା କରାଯାଇଥିଲା । ସଂପୃକ୍ତ କମ୍ପାନୀ କ୍ଷତିପୂରଣ ବାବଦକୁ ଦୁଇଲକ୍ଷ ଟଙ୍କା ଦେବା ସହିତ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିବା ସୂଚନା ମିଳିଛି । ମୃତ୍ୟୁ ସୂଚନା ମିଳିବା ପରେ ଅଁଳାଭଟା ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଚୂଡ଼ାମଣି ନାଏକ ହରିଶ୍ଚନ୍ଦ୍ର ଯୋଜନା ଅନ୍ତର୍ଗତ ସହାୟତା ରାଶି ତିନି ହଜାର ଟଙ୍କା ଶୋକାକୁଳ ପରିବାରକୁ ପ୍ରଦାନ କରିଥିବା ସୂଚନା ମିଳିଛି । ହୀରାପୁର ସରପଞ୍ଚ ପ୍ରତିନିଧି ପରୀକ୍ଷିତ ନାଏକ ଅନ୍ତେଷ୍ଟି କ୍ରିୟାରେ ଉପସ୍ଥିତ ରହି ମୃତକ ପରିବାରବର୍ଗଙ୍କୁ ଆନୁସଙ୍ଗିକ ସରକାରୀ ସହାୟତା ପାଇଁ ଦାବି ଜଣାଇଛନ୍ତି ।

jayashree
Leave A Reply

Your email address will not be published.